ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଓଡିଶା ଦିବସ ପାଳିତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଭିକମପାଲି ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଗ୍ରାମ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ପୁଷ୍ପାଞ୍ଜଳି ମିଞ୍ଚ ଓ ମୁଖ୍ୟ ବକ୍ତା ଭାବରେ ପ୍ରତାପ ଚନ୍ଦ୍ର ରାଉତ (ଜାଙ୍ଗୀର – ଚମ୍ପା, ଛତିଶଗଡ଼) ଯୋଗଦାନ କରିଥିଲେ । ଏହି ଅବସରରେ “ସୀମାନ୍ତରେ ଓଡ଼ିଆ ଭାଷାର ସ୍ଥିତି ଓ ଭବିଷ୍ୟତ” ଉପରେ ଏକ ସମ୍ପାନ ଅନୁଷ୍ଟିତ ହୋଇଥିଲା ଓ ଭାଷା ସେନାନୀ ଭାବରେ କୃତି ସନ୍ତାନମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.