
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରୁ ସଂଯୋଗ କରୁଥିବା ସହରମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି, ଟିଟିଲାଗଡ଼, ଲୋଇସିଂହା, ପାଟଣାଗଡ଼ ଏଵଂ ଅନେକ ସ୍ଥାନରୁ ବସ୍ ରେ ଲୋକେ ଯିବା ଆସିବା କରୁଛନ୍ତି, ନିତି ପ୍ରତିଦିନ ଘରୋଇ ବସ୍ର ଜୁଲୁମ୍ ସହିବାକୁ ପଡୁଥିବା ଅଭିଯୋଗ ହୋଇଛି । ବଲାଙ୍ଗିରରୁ କଣ୍ଟାବାଞ୍ଜିକୁ ପାଖାପାଖି ୮୦କିମି ରହି ଥିବା ବେଳେ ଯାତ୍ରୀ ମାନଂକ ଠାରୁ ସର୍ବାଧିକ ୧୦୦ ଟଙ୍ଙ୍କାରୁ ଅଧିକ ବସ୍ ଭଡ଼ା ନିଆଯାଉଥିବା ଅଭିଯୋଗ ହେଉଛି । ତେବେ ଯାତ୍ରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ବୁଧବାର ଓଡ଼ିଶା ପତ୍ରକାର ସଙ୍ଘ ଶାଖା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ତୁଲସି ରାମ ରାମ୍ ଜଗତ, ଉପସଭାପତି ଟିକେଶ୍ୱର, ପିତାମ୍ବର ଦିପ ପ୍ରମୁଖ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଘରୋଇ ବସ କିମ୍ଵା ସରକାରି ବସ୍ ଯିଏ ବି ଆଇନ୍ ଉଲ୍ଲଂଘନ କରିବ ତାକୁ ଉଚିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଫାଇଁନ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରି ମାନସ ମିଶ୍ର କହିଛନ୍ତି ।