centurian jitm

ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା

  • ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉଲକେଲା ସ୍ଥିତ ସେକ୍ଟର -୩, ବି -୩୬ ପରିସରରେ, ଓଡ଼ିଶା ଓରାମ ସାଂସୃତିକ ସମାଜର, ବାର୍ଷିକ ସାଧାରଣସଭା, ସଭାନେତ୍ରୀ ସୁକେଶି ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ଓରାମ ସମାଜ ଏକଜୁଟ ହୋଇ ରହିବା ସହିତ ଭାଷା ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ବାଲ୍ୟାବସ୍ଥାରୁ ପିଲାମାନେ ସମାଜର ଆଦର୍ଶରେ ଅନୁପ୍ରାଣୀତ ହେଲେ ଏହି ସମାଜର ବିକାଶ ହେବା ସହିତ ଦେଶର ଗଠନରେ ଯୋଗଦାନ କରିବାକୁ ସୁଯୋଗ ପାଇବେ ବୋଲି କହିଥିଲେ । ଓରାମ ସମାଜର କିଛି ଭାଷା ଅଛି ଯାହା କିଛି ଅଳ୍ପ ସଂଖ୍ୟରେ ଲୋକ ଜାଣିଛନ୍ତି । ଯଦି ଏହାର ପ୍ରସାର ପ୍ରସାର ନହୁଏ ତେବେ ଏହା କାଳକ୍ରମେ ଲୋପ ପାଇଯିବ । ସମାଜର କିଛି ପରମ୍ପରା, ସଂସ୍କୃତି ଡୁବିଗଲାନି, ଆଉକିଛି କଳୁଷିତ ହୋଇଗଲାଣି । ମୂଳ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାକୁ ପଡ଼ିବ । ଏଣୁ ବାଲ୍ୟ କାଳରୁ ଚୁଆ ମାନଙ୍କୁ ଏବିଷୟରେ ଶିକ୍ଷା, ଗୀତ , ନାଚ ପ୍ରଦାନ କରିବା ଓ ଭାଷଣ ଦେବାର ଅଭ୍ୟାସ କରିବାକୁ ପଡ଼ିବ । ସମାଜର ସଂଖ୍ୟା ବୃଦ୍ଧି କରିବାକୁ ହେବ । ଭାଷାକୁ ଲୋପ କରିବାକୁ ଦିଆ ଯିବା ନାହିଁ । ପ୍ରତ୍ୟେକ ଗ୍ରାମରେ ପ୍ରାଥନା ସଭା କରିବା ଆବଶ୍ୟକ । ଯାହା ଆବଶ୍ୟକ ସେ ଯୋଗାଇ ଦେବେ ବୋଲି କହିଥିଲେ । ସମସ୍ତେ ଜାଗ୍ରତ, ସଚେତନ, ହେବା ସହିତ ନିଜର ମତାମତ ପୋଷଣ କରିବାକୁ ଉପରେ ଗୁରୁତ୍ୱାରୋପ କରିଥିଲେ । ମୋଦୀ ସରକାର ଆଦିବାସୀ ମାନଙ୍କ ଉନ୍ନତି ଓ ବିକାଶ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ଜୀବିକା ପୋଷଣ ପାଇଁ ବିବିଧ ଯୋଜନା କରିଛନ୍ତି । ଏହି ଯୋଜନାରୁ ଆମେ କିପରି ସୁଯୋଗ ନେଇ ପାରିବା ତାକୁ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟାଳୟ ସମସ୍ତ ଆଦିବାସୀଙ୍କ କାର୍ଯ୍ୟରେ ବ୍ୟବହାରରେ ଲାଗିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ମାଙ୍ଗେ ଏକ୍କା, ସୋମା ଓରାମ, ସମାଜ ସେବୀ ପଦ୍ମିନୀ ପାଣିଗ୍ରାହୀ କାନ୍ଦ୍ରୁ ଟୋପୋ, କଲାକୃଷ୍ଣ ଓରାମ, ବିଜୟ ଖାଲକୋ, ସୁବୋଧ ଟପୋ । ଆଜିର ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ସମରା ଏକ୍କା । ବହୁ ସଂଖ୍ୟାରେ ସମାଜର ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.