ସ୍ଵାଭିମାନୀ ଓଡ଼ିଆଣୀର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଦ୍ୱାରା ଗଠିତ ସାମାଜିକ ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ରାଉରକେଲା କ୍ଲବ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମାନସୀ ଦାସ ମହାପାତ୍ରଙ୍କ ଆବାହକତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଜୟିନୀ ଜେନା, କବି ରଶ୍ମି ସାହୁ ଅତିଥି ତଥା ବିଚାରକ, ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷାବିତ ରଶ୍ମିବାଳା ରାଉତରାୟ, ଅନ୍ୟତମ ଅତିଥି ଭାବେ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର ଓ ଆଇନଜୀବୀ ରେଖା ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଶ୍ରୀମତୀ ଜେନା କାର୍ତ୍ତିକ ମାସର ସକଳ୍ପ, ନୌବାଣିଜ୍ୟ, କଳିଙ୍ଗ ଯୁଦ୍ଧ, ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ଓ କଳିଙ୍ଗ ଯୁଦ୍ଧରେ ବୀରାଙ୍ଗନାଙ୍କ ନେତୃତ୍ୱ ତଥା ପ୍ରେରଣା ସମ୍ପର୍କରେ ଓ କବି ଶ୍ରୀମତୀ ସାହୁ ଆ କା ମା ବୈ, ବୋଇତ ଯାତ୍ରା, ରାଧାପାଦ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀମତୀ ରାଉତରାୟ ଓ ଅନ୍ୟ ଅତିଥିମାନେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମରେ ଆବାହିକା ଶ୍ରମତୀ ଦାସ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ଓ କାର୍ତ୍ତିକ ପୂର୍ଣ୍ଣିମାର ଆଭିମୁଖ୍ୟ ସମ୍ପର୍କରେ ମତ ରଖି କହିଲେ ଯେ ବିବିଧତାର ପ୍ରତୀକ ଓ ପରମ୍ପରା ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରେଷ୍ଠ ସାଧବ ବୋହୁ, ବୋଇତ ସଜା, ତୋଲ ମୋଲ କି ବୋଲ ପ୍ରତିଯୋଗିତା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରେଷ୍ଠ ସାଧବ ବୋହୁ ଭାବେ ଇନ୍ଦିରା ମିଶ୍ର, ବୋଇତ ସଜାରେ ରାଜଲକ୍ଷ୍ମୀ ସୁତାରଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ଅନ୍ୟ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଳାସୁଣୀ ଅଧିକାରୀ, ସ୍ମିତା ମିଶ୍ର, ଡିମ୍ପଲ ସାହୁ ଓ ଅନିତା ମହାନ୍ତି ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ସୋମା ଭୌମିକଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ମନୋରମା ପାତ୍ର, ସୁପ୍ରଭା ମହାପାତ୍ର, ସାଇଜ୍ୟୋତି, ସନ୍ଧ୍ୟାରାଣୀ ଦାସ, ପ୍ରିୟଙ୍କା ବିଶ୍ବାଳ, ଆର୍ଯ୍ୟଶ୍ରୀ, ରଶ୍ମିତା ସାହୁ, ସ୍ୱାଗତିକା ପଟ୍ଟନାୟକ, ମମତା ରାଉତରାୟ, ମମତା ଭୂୟାଁ, ଶୁଭଦୀପ୍ତା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜଲକ୍ଷ୍ମୀ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.