oom

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିମୁଣ୍ଡାରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ‘ନୂଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ସମ୍ପର୍କିତ ସାଂସ୍କୃତିକ ସମ୍ଭାର ମଧ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉଦ୍‌ଯାପନୀ ସମାରୋହରେ ମହିମୁଣ୍ଡା ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ଦେବା ସହ ତାଙ୍କ କଳା ପ୍ରଦର୍ଶନ ଦେଖି ଖୁସିବ୍ୟକ୍ତ କରିଥିଲେ । ଗୀତ ଓ ଲୋକ ନୃତ୍ୟ ପ୍ରତିଯୋଗିତାରେ ବିଶିଷ୍ଟ କଣ୍ଠଶିଳ୍ପୀ ଦିଲ୍ଲୀପ କୁମାର ଦୀପ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କଳାକାର ହେବାପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପଧାନ ସମସ୍ତଙ୍କୁ ସମ୍ବୋଧିତ କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରତିଯୋଗୀ ମନୋଭାବକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଅତିଥି ପରିଚୟ ଦେବା ସହ ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଉପରେ ସବିଶେଷ ବିବରଣୀ ରଖିଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ସରୋଜ କୁମାର ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.