ଓସିଏ ଭିଜନ ୨୦୨୪ : ପ୍ରଥମ ମ୍ୟାଚରେ କଡା ଟକ୍କର, ସମର୍ପିତଙ୍କ ଧୁଆଁଧାର ୧୬୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚଟି ନବକିଶୋର କ୍ରିକେଟ ଦଳ ଓ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ନବକିଶୋର ଦଳର ସମର୍ପିତ ପଟେଲଙ୍କ ଧୁଆଁଧାର ୧୬୩ ବର୍ଲରେ ନବକିଶୋର ଦଳ ୩୧୯ ରନ ସଂଗ୍ରହ କରିଥିଲା । ନବ କିଶୋର ଦଳ ତରଫରୁ ସମର୍ପିତ ପଟେଲ ସର୍ବାଧିକ ଅପରାଜିତ ୧୬୩ ରନ ସଂଗ୍ରହ କରିଥିବା ବେଳେ ପ୍ରତ୍ୟୁଷ କୁମାର ୨୪ ରନ, ଅଭିଜିତ ପାତ୍ର ୧୫ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ସଫଳ ବୋଲର୍‌ ଭାବରେ ଅସେର ବାଗ ୪ଟି ୱିକେଟ ଓ ଯୋଗେଶ୍ୱର ବାଗ ୩ ଟି ୱିକେଟ ଅକ୍ତିଆର କରିଥିôଲେ । ଏହାର ଜବାବରେ ୟଙ୍ଗ ଷ୍ଟୁଡେଣ୍ଟ ଦଳ ନବକିଶୋରକୁ କଡା ଟକ୍କର ଦେଇଥିଲା । ସମସ୍ତ ୱିକେଟ ହରାଇ ୩୧୫ରନ ସଂଗ୍ରହ କରି କେବଳ ୪ ରନ୍ ବ୍ୟବଧାନରେ ପରାଜିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ଶୁଭମ୍ ମେହେର ସର୍ବାଧିକ ୭୪ ରନ୍‌, ଆୟନ ଭୋଇ ୩୧ ରନ୍ ଓ ଯୋଗେଶ୍ୱର ବାଗ ୨୯ ରନ୍ ସଂଗ୍ରହ କରିଥିଲେ । ନବ କିଶୋର ଦଳ ତରଫରୁ ସଫଳ ବୋଲର ଭାବେ ଶ୍ରୀୟାଂଶ ପଣ୍ଡା ୩ଟି, ଅଭିଜିତ ପାତ୍ର ୩ଟି ଓ ସମର୍ପିତ ପଟେଲ ୨ଟି ୱିକେଟ ଅକ୍ତିଆର କରିଥିଲେ । ଶେଷରେ ୧୬୩ ରନର ମହତ୍ୱପୂର୍ଣ୍ଣ ପାରି ପାଇଁ ସମର୍ପିତ ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ମନୋନିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ଶୁଭଙ୍କର ନାୟକ ଓ ସ୍ୱାଗତ ତ୍ରିପାଠି ସ୍କୋରିଂ ଦାୟିତ୍ୱ ତୁଳାଇ ଥିଲେ । ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ରମାକାନ୍ତ ସେଠ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସହ-ସଂପାଦକ ପଦ୍ମ ଚରଣ ଆଚାର୍ୟ୍ୟ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଫୁଟବଲ ସଂପାଦକ ହେମନ୍ତ ବେହେରା, କାଉନସିଲ ସଦସ୍ୟ ଜୟରାମ ମିଶ୍ର, ରାଜେନ୍ଦ୍ର ପୁରୋହିତ, ସୁଧିର ଚନ୍ଦ୍ର ପଣ୍ଡା, ଭଳିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର, କୋଚ ଅରୁଣ କୁମାର ନାୟକ, କ୍ରିଡା ସଂଗଠକ ଚେତନାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.