ଝାରମୁଣ୍ଡା ଓଏଭିର ପ୍ରତିଷ୍ଠା ଦିବସ ସ୍ପାର୍କ -୨୦୨୪ ପାଳିତ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ବିଦ୍ୟାଳୟ ଶିକ୍ଷା ସହିତ ଖେଳକୁଦ, ଆଚାର ବ୍ୟବହାର, ପରିବେଶ ପରିଚ୍ଛନ୍ନତା ପରି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ବିଦ୍ୟାଳୟର ନାଁକୁ ଜିଲ୍ଲା, ରାଜ୍ୟ ସହ ଜାତୀୟସ୍ତରରେ ପହଞ୍ଚାଇବାକୁ ଗୁରୁମନ୍ତ୍ର ଦେଇଛନ୍ତି । ଛାତ୍ରଛାତ୍ରୀ ହେଲେ ଦେଶର ଭବିଷ୍ୟତ । ତେଣୁ ସଫଳତାର ଶୀର୍ଷ ଅତିକ୍ରମ କରିବାକୁ ଆଜି ଅନୁଷ୍ଠିତ ୧୦ ତମ ଝାରମୁଣ୍ଡା ଓଏଭିର ପ୍ରତିଷ୍ଠା ଦିବସ ଅବସରରେ ଅତିଥି ବୃନ୍ଦ ଆହ୍ୱାନ କରିଛନ୍ତି । ବିଦ୍ୟାଳୟ ଅଧ୍ୟକ୍ଷା ଡଃ. ଜ୍ୟୋତିର୍ମୟୀ ପଧାନଙ୍କ ସଭାପତିତ୍ୱରେ ସ୍ପାର୍କ -୨୦୨୪ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଡୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଭି.ଏମ.ଡି.ସି ମେମ୍ବର କାହ୍ନୁଚରଣ ଦରଜୀ, ଡଃ. ସଞ୍ଜୀବ କୁମାର ବିଶ୍ଵାଳ, ସୁନିତୀ ମିଶ୍ର, ଗୀତାଞ୍ଜଳି ପଧାନ, କପିଳେଶ୍ୱର କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମ୍ମାନୀତ ଅତିଥି, ମୁଖ୍ୟ ଅତିଥି ସମେତ ଅଧ୍ୟକ୍ଷା ନିଜ ନିଜ ଅଭିଭାଷଣ ପ୍ରଦାନ କରି ବିଦ୍ୟାଳୟର ନାଁକୁ ଉଜ୍ଜ୍ଵଳ କରିବାକୁ ମତବ୍ୟକ୍ତ କରିଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଭାତ କୁମାର ନନ୍ଦ ଓ ଧନଞ୍ଜୟ ବରିହା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ରୀନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.