jayashree

ମା’ ଦକ୍ଷିଣ ଦଣ୍ଡ କାଳୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ଚବିଶି ପ୍ରହର ନାମଯଜ୍ଞ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦାମୋଦରପୁର କଲେଜ ରୋଡରେ ଅବସ୍ଥିତ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡ କାଳୀଙ୍କ ନୂତନ ମନ୍ଦିର, ନୂତନ ବିଗ୍ରହ ପ୍ରତିଷ୍ଠା, ଘୃତଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ପ୍ରଭୃତି କାର୍ଯ୍ୟକର୍ମ ଅନୁଷ୍ଠିତ ହେଉଛି । ଏହି ଅବସରରେ ସୋମବାର ଦିନ ପୁଣ୍ୟ ତୋୟା ଋଷିକୁଲ୍ୟା ନଦୀରେ ପାରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚାନା ପରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଓ ପୁରୁଷମାନେ ମସ୍ତକରେରେ ପୂର୍ଣ୍ଣ କଳସ ଧାରଣ କରି ଏକ ବିରାଟ ପାଟୁଆରରେ ଗଞ୍ଜାମ ସହରର ମୁଖ୍ୟରାସ୍ତା ଦେଇ ବାଦ୍ୟ ବାଜଣା ସହକାରେ ପରିକ୍ରମା କରିବା ସହ ଓଡ଼ିଆ ଢମଣା ସାହି ସ୍ଥିତ ରାମଲୀଙ୍ଗେଶ୍ୱର ମନ୍ଦିର ନିକଟରେ ପହଂଚି ଥିଲେ । ସେଠାରୁ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଅଭିମୁଖେ ଆସି ଯଜ୍ଞମଣ୍ଡପରେ ପହଁଚିଥିଲେ । ପଣ୍ଡିତ ଶ୍ରୀ ଜଗନ୍ନାଥ ନନ୍ଦ ଏବଂ ପଣ୍ଡିତ କାଳୁ ଚରଣ ଶତପଥୀ ପୌରାହିତ୍ୟରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ରାମ ଦୋଳି, ମୀନା ବଜାର ସହ ସମଗ୍ର ଅଂଚଳ ଏବେ ଉତ୍ସବ ମୁଖରିତ ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗଞ୍ଜାମ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.