ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ବର୍ଷ ୨୦୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ସଭାପତି ଶଙ୍କର ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୁଜୁରାତି ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୨୦୨୫ ପାଇଁ ସର୍ବ ସମ୍ମତି କ୍ରମେ ପ୍ରମୋଦ ଭରଦ୍ୱାଜଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇବେ ଶଙ୍କର ଶର୍ମା । ସେହିପରି ସମ୍ପାଦକ ଭାବରେ ମାନସ ପାଣି, ସହ ସମ୍ପାଦକ ଭାବରେ ସମୀର ରଞ୍ଜନ ଆଚାର୍ଯ୍ୟ, ଉପ ସଭାପତି ଭାବେ ନଳିନୀ କାନ୍ତ ରଥ ଓ ଜୱାହାର ଲାଲ ପାଣ୍ଡେ, କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ଦାସଙ୍କୁ ଚୟନ କରାଯାଇଛି । ଏହି ବୈଠକରେ ଉପଦେଷ୍ଟା ଦେବୀ ପ୍ରସାଦ ଶର୍ମା ଓ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଆଗାମୀ ଦିନରେ କିଭଳି ସଂଘକୁ ମଜବୁତ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସମାଜର ପବିତ୍ର ମୋହନ ମିଶ୍ର, ରୂପକ ନାୟକ, ପଣ୍ଡିତ ସୁନିଲ କୁମାର ନୂତନ ବର୍ଷର ଅଭିନନ୍ଦନ ଜଣାଇବା ଆଗାମୀ ଅମାବାସ୍ୟା ଦିନ ଆଗାମୀ ବୈଠକ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତି ମାସର ଅମାବାସ୍ୟା ଦିନ ସଂଘ୍ ତରଫରୁ ବୈଠକ ଅନୁଷ୍ଠିତ କରିବାକୁ ନିର୍ଣ୍ଣୟ ନିଆଯାଇଥିବା ଓ ସଂଗଠନକୁ କିପରି ଆହୁରି ସଦସ୍ୟ ଯୋଡାଯିବ ସେ ଦିଗରେ କାର୍ଯ୍ୟ କରିବି ବୋଲି ନୂତନ ସଭାପତି ଶ୍ରୀ ଭରଦ୍ୱାଜ୍ କହିଛନ୍ତି ।

Leave A Reply

Your email address will not be published.