ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅପର୍ଣ୍ଣା ଡାଙ୍ଗୁଆ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ଏନଏସିର ଇଓ ଅବିନାଶ ମିଶ୍ର ଅତିରିକ୍ତ ତହସିଲଦାର ଭାବେ ପଦୋର୍ନତି ପରେ ଛତ୍ରପୁର ଇଓ ଦାୟିତ୍ୱରେ ଥିଲେ । ନୂତନ ଇଓ ଶ୍ରୀମତୀ ଡାଙ୍ଗୁଆ ଦାୟିତ୍ୱ ଗ୍ରହଣ କରିବା ପରେ ଏନଏସି ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ । ସହରରେ ଅର୍ଦ୍ଧ ନିର୍ମିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରିବା ନିମନ୍ତେ ପ୍ରଥମେ ଚେଷ୍ଟା କରିବେ ବୋଲି ନୂତନ ଇଓ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପଟେ ନୂତନ ଇଓ ଦାୟିତ୍ୱ ନେବା ପରେ ସହରର ଡେଭଲପମେଣ୍ଟ କାର୍ଯ୍ୟ ହେବ ବୋଲି ସହର ବାସୀ ଆଶାବାଦୀ ଥିବା ଜଣା ପଡିଛି ।