ନୂତନ ଜିଲ୍ଲା ଜଜ୍‌ଙ୍କୁ ଓକିଲସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୂତନ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସଙ୍କ ଛତ୍ରପୁର ଆଗମନ ହୋଇଛି । ଛତ୍ରପୁର ଠାରେ ଓକିଲସଙ୍ଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଛତ୍ରପୁର ଓକିଲ ସଂଘର ସମସ୍ତ ସଦସ୍ୟ ମଣ୍ଡଳୀ, ବରିଷ୍ଠ ନେତ୍ତୃବର୍ଗ ଏବଂ ଯୁଡ଼ିସିଆଲ୍ ଅଫିସର୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ଯୋଗଦେଇଥିଲେ । ଛତ୍ରପୁର ବାର୍‌ ଆସୋସିଏସନ୍ ନିମନ୍ତେ ନିମନ୍ତେ ଏକ ଆଦର୍ଶ ଲାଇବ୍ରେରୀ ପ୍ରତିଷ୍ଠା ସାଂଗକୁ ଛତ୍ରପୁର ଠାରେ ନୂତନ ପୋକ୍ସୋ କୋର୍ଟ ପ୍ରତିଷ୍ଠା କରାଯିବା ନିମନ୍ତେ ଛତ୍ରପୁର ଓକିଲ ସଙ୍ଘ ପକ୍ଷରୁ ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କ ନେତ୍ତୃତ୍ଵରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.