om academy

ଇଚ୍ଛା ଥିଲେ ସଫଳତା ଆପେ ଆପେ ଆସେ : ସମାଜସେବୀ ନୂତନ ଦାସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବ ସେବା ହିଁ ମାଧବ ସେବା । ନିଜେ ନ ଖାଇ ଅନ୍ୟ ଲୋକଙ୍କୁ ପରସି ଦେଇ ପାରିଲେ ମହା ଆନଂଦ ମିଳେ । ଏଭଳି ଚିନ୍ତନରେ ବିଶ୍ୱାସ ରଖି କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ସମାଜସେବୀ ନୂତନ ଦାସ । ସେ ମଣିଷକୁ ଚିହ୍ନି ପାରୁଥିବା ଜଣେ ମହିଳା ।

କରୋନା କାଳରେ ଭୋକ ଉପବାସରେ ଦିନ କାଟୁଥିବା ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଥିଳେ ନୂତନ । ଅନେକ ଲୋକଙ୍କ ପାଇଁ ମାଗଣାରେ ଖାଦ୍ୟ ଯୋଗାଇ ନିଜେ ଧନ୍ୟ ହୋଇଥିବା ସେ ପ୍ରକାଶ କରନ୍ତି ।

ନାରୀ ଶକ୍ତି ଫାଉଣ୍ଡେସନର ସଂପାଦିକା ଭାବରେ ଦାୟିତ୍ୱ ତୁଲାଇବା ସହ ନାରୀମାନଙ୍କ ସହଯୋଗରେ ଲୋକଙ୍କୁ ସେବା ଦେଇପାରିଛନ୍ତି । ଉଚ୍ଚ ଶିକ୍ଷା ଲାଭ କରିଥିଲେ ମଧ୍ୟ ଚାକିରୀରେ ତାଙ୍କର ମନ ଗଲାନାହିଁ । ଛୋଟ ବେଳରୁ ଲୋକଙ୍କ ସେବା ସହଯୋଗ କରିବାରେ ତାଙ୍କର ବେଶ ଉତ୍ସାହ ରହିଥିଲା ।

ଏଥିପାଇଁ ତ’ ବଲାଙ୍ଗିର ମାଟିରେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରି ପାରିଛନ୍ତି ସେ । କରୋନା କାଳରେ ରକ୍ତ ଅଭବାରୁ ଜୀବନ ସହ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଅନେକ ଜୀବନ ମଧ୍ୟ ବଞ୍ଚାଇ ପାରିଛନ୍ତି ନୂତନ । ଅନେକ ସମୟରେ ସେ ଲୋକଙ୍କ ସେବା କରି ଚର୍ଚ୍ଚାରେ ରହିଛନ୍ତି । ନୂତନ ବଲାଙ୍ଗିର ମାଟିରେ ଜନ୍ମ ଲାଭ କରିଥିବା ବେଳେ ସମାଜସେବା ଯୋଗୁଁ ଜିଲ୍ଲାବାସୀଙ୍କ ଠାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟି ପାରିଛନ୍ତି ।

Leave A Reply

Your email address will not be published.