oum

କାନଝରୀ ଓ ସାଳନ୍ଦୀ ଡ୍ୟାମ ପାଇବେ ନୂଆରୂପ

jsm

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ କାନଝରୀ ଡ୍ୟାମ ଓ ହାଟଡିହୀ ବ୍ଲକ୍‌ର ସଳନ୍ଦୀ ଡ୍ୟାମ (ବିଦ୍ୟାଧରପୁର ବ୍ୟାରେଜ) ନୂଆରୂପ ପାଇବ । ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳଭଣ୍ଡାର ପାରିପାର୍ଶ୍ୱିକ ଉନ୍ନୟନ ସ୍କିମ୍‌ରେ ଏହି ଦୁଇ ଡ୍ୟାମରେ ୨ କୋଟି ଟଙ୍କା ଖର୍ଚ୍ଚ କରି ମ୍ୟୁଜିୟମ ଓ ଶିଶୁ ପାର୍କ କମ୍ପ୍ଲେକ୍ସ ନିର୍ମାଣ ହେବ । କେନ୍ଦୁଝର ବୈତରଣୀ ଅବବାହିକା ବିଭାଗ ଅନୁରୋଧ କ୍ରମେ ମଙ୍ଗଳବାର ଦିନ ଅନୁଷ୍ଠିତ ପର୍ଯ୍ୟଟନ ଉନ୍ନୟନ କମିଟି ବୈଠକରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଉକ୍ତ ସ୍ଥାନରେ ଚଲା ରାସ୍ତା, ବିଦ୍ୟୁତ୍‌ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ, ପିକ୍‌ନିକ ପିଣ୍ଡି, ସ୍ୱାଗତ ଗେଟ୍‌, ଟଏଲେଟ କମ୍ପ୍ଲେକ୍ସ ଆଦି କାର୍ଯ୍ୟ କରାଯିବ । ଫଳରେ ଅଧିକ ପର୍ଯ୍ୟଟକ ଆସିବେ ଏବଂ ସୁବିଧା ପାଇବେ । ପିଲାମାନେ ପାର୍କରେ ଖେଳକୁଦ କରିବେ ଏବଂ ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ବୋଲି ମତପ୍ରକାଶ ପାଉଛି ।

Leave A Reply

Your email address will not be published.