om academy

ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା : ୪ ମୃତ

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନା ଲଛିପୁର ଛକ ନିକଟରେ ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ ଦୁର୍ଘଟଣାରେ ଚାରିଜଣଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତ ଚାରି ଜଣ ଯୁବକ ମାନେ ସମସ୍ତେ ଖଡିଆଳର ବୋଲି ଜଣାପଡିଛି । ଗତକାଲି ରାତ୍ରି ସମୟରେ ଏକ ଜନ୍ମ ଦିନ ପାର୍ଟିକୁ ଆସି ଖଡିଆଳକୁ ଫେରୁଥିବା ସମୟରେ ଲଛିପୁର ଛକ ମୁଖ୍ୟ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି । ଖଡିଆଳ ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.