ଉପରମୁହାଁ କରୋନା ସଂକ୍ରମଣ ଦିନକରେ ୩ ହଜାର ଟପିଲା : ଆଜି ରାଜ୍ୟରେ ୩୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ସଂକ୍ରମଣ ଦିନକରେ ୩ ହଜାର ଟପିଥିବା ଆଜି ଦେଖିବାକୁ ମିଳିଛି । ଏବେ ଦେଶରେ ମଧ୍ୟ ବ୍ଲାଷ୍ଟିଂ ସଂକ୍ରମଣ ସାବ୍ୟସ୍ତ କରିଛି କରୋନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ୧୮୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୦୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେବଗଡ଼ରୁ ୧୯, ଢେ଼ଙ୍କାନାଳରୁ ୧୬, ଗଜପତିରୁ ୧୮, ଗଂଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୨୨, କେଉଁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୁରଭଂଜରୁ ୭୧, ନବରଂଗପୁରରୁ ୧୫୬, ନୟାଗଡ଼ରୁ ୧୫, ନୂଆପଡ଼ାରୁ ୧୪୦, ପୁରୀରୁ ୧୧୪, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୫୨୩ ଓ ଷ୍ଟେଟ ପୁଲ୍‌ରୁ ୧୧୮ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୮୯ ରହିଛି ।

Leave A Reply

Your email address will not be published.