ଷଡ଼ବଂଶୀୟ ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ବଂଶୀୟ ଗଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଳ୍ଲା ତରଫରୁ ବରିଷ୍ଠ ସଭ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ବଲାଙ୍ଗିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ରବିବାରରେ କାଲିଭନା ଗାଁରେ ଚଳିତ ବର୍ଷର ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସମାଜର ବରିଷ୍ଠ ସଦସ୍ୟ ଦ୍ୱିଜ ଦଳପତି, ବିଘ୍ନରାଜ ଧରୁଆ, ଅର୍ଜୁନ ଧରୁଆ, ରଜନୀକାନ୍ତ ଭୋଇ, ସେବାକାର ମଲ୍ଲିକ, ବ୍ରଜ ଭୋଇ, ବଳଭଦ୍ର ମରପାଚି ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ନବିନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିବା ସହ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ସମାଜର ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.