oom

ମଦନପୁର କ୍ଷତ୍ରୀୟ ପାଇକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କଲ୍ୟାଣ ମଣ୍ଡପଠାରେ ଆଜି କୁଳ ସୋଦର ଡମ୍ବରୁ ଧାଙ୍ଗଡ଼ାମାଝିଙ୍କ ସଭାପତିତ୍ୱରେ କଳାହାଣ୍ଡି ଉପମଣ୍ଡଳସ୍ତରୀୟ କ୍ଷତ୍ରୀୟ ପାଇକ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପମଣ୍ଡଳ ସମ୍ପାଦକ ସୁଦାମ ଦୁବେ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳ ବିଜେଡି ବିଧାୟକ ଆଶାୟୀ ପ୍ରାର୍ଥୀ ତଥା ଉପ କୂଳସଚିବ ଓ କଳିଙ୍ଗ ପାଇକ ସମାଜର ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ, ମୁଖ୍ୟବକ୍ତା ରୂପେ ପଶ୍ଚିମ ମଣ୍ଡଳର ବରିଷ୍ଠ ସମାଜ ସେବୀ ରୂପ କିଶୋର ଦଳେଇ ସମ୍ମାନୀତ ଅତିଥି ଭାବେ ପୂର୍ବ ମଣ୍ଡଳ ମୁଖ୍ୟ ସଚିବ ବାସୁଦେବ ପ୍ରଧାନୀ, ହୃଦାନନ୍ଦ ଧଙ୍ଗଡ଼ା ମାଝି, ଜଗଦାନନ୍ଦ ପୁଝାରି, ବନମାଲି ଦଣ୍ଡିଆ, ରଜନୀକାନ୍ତ ସାହାଣୀ, ମାଣିକ୍ୟ ପାତ୍ର, ସଦଦେବ ଧାଙ୍ଗଡ଼ାମାଝି, ଅନିରୁଦ୍ଧ ପାତ୍ର, ଚନ୍ଦ୍ରଶେଖର ପୁଝାରି, ହେମନ୍ତ ରାୟ, ଗୋକୁଳ ପୂଝାରି ଓ ଦିଗାମ୍ବର ପୂଝାରି ମଞ୍ଚାସୀନ ଥିଲେ । ଏଥିରେ ମଣ୍ଡଳ, ଉପମଣ୍ଡଳର ସଭାପତି, ସମ୍ପାଦକ ଓ ଅଂଚଳର କ୍ଷତ୍ରୀୟ ପାଇକ ସମାଜର ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନରେ ଭୈରବ ପ୍ରସାଦ ନାୟକ କିପରି ଟିକେଟ୍‌ ଆଣି ନିର୍ବାଚନରେ ବିଜୟ ଲାଭ କରିବେ ସେ ଉପରେ ଅତିଥିମାନେ ମତାମତ ଦେଇଥିଲେ । ଶେଷରେ ନର୍ଲା ଉପମଣ୍ଡଳ ସମ୍ପାଦକ ଉଦୟନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.