jayashree

ଓଡ଼ିଶା ସାମ୍ବାଦିକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ

  • ସରକାରଙ୍କ ସାମ୍ବାଦିକମାନଙ୍କୁ ଅଣଦେଖାକୁ ନେଇ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଭୋଇ

ସଇଁତଲା, (ପ୍ରମୋଦ ସେଲମା) : ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାସ୍ତରୀୟ ନୂଆିଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବେଲଗାଁ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ । ସଭାକୁ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜ୍ଞାପନ ସହ ସାଂପ୍ରତିକ ସ୍ଥିତିରେ ସାମ୍ବାଦିକଙ୍କ ପାଇଁ ସଂଘର ଭୂମିକା ଓ ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲେ । ଏଥିରେ ସଂଘ ଜିଲ୍ଲା ସମ୍ପାଦକ ସୁଧୀର ଦାସ ସଂଘ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ସହ ସଂଘ ପକ୍ଷରୁ ଉଠାଯାଇଥିବା ବିଭିନ୍ନ ନ୍ୟାର୍ଯ୍ୟ ଦାବୀଗୁଡ଼ିକ ପ୍ରତି ସରକାର ସକାରାତ୍ମକ ହେବା ଆବଶ୍ୟକତା ଥିବା ସମସ୍ୟା ଉଲ୍ଲେଖ କରିଥିଲେ । ଏପରିକି ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତି ସରକାରଙ୍କ ଅସହ୍ୟ ଓ ପ୍ରତିଶୋଧ ପରାୟଣ ମନୋଭାବ ସାଙ୍ଗକୁ ସରକାର ସାମ୍ବାଦିକଙ୍କୁ ଅଣଦେଖାକୁ ନେଇ ମୁଖ୍ୟ ଅତିଥି ଶ୍ରୀ ସିଂଭୋଇ ଦୃଢ଼ ନିନ୍ଦା କରିଥିଲେ । ଏହା ସହିତ ଟିଟିଲାଗଡ଼ ଓ ସଇଁତଲାଠାରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଅନୁଦାନ ଦେବା ପାଇଁ ଶ୍ରୀ ସିଂଭୋଇ ପ୍ରତିଶୃତି ଦେଇଥିଲେ । ସତ୍ୟ ଖବର ପରିବେଷଣ ସହ ନିର୍ଭିକ ସାମ୍ବାଦିକତା ପାଇଁ ସଂଘ ପ୍ରେରଣାର ଉତ୍ସ ପାଲଟିବାକୁ ସମ୍ମାନିତ ଅତିଥି ଶ୍ରୀ ମାଝୀ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ କବୟିତ୍ରୀ ଶମିଷ୍ଠା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସଂଘର ସଦସ୍ୟତା ପ୍ରଦାନ କରାଯାଇଥିଲା । ଏଥିରେ ସଂଘର ନୂତନ ସଦସ୍ୟ ଭାବରେ ସାମ୍ବାଦିକ ରଞ୍ଜନ ବାଗ, ଗୋକୁଳାନନ୍ଦ ବଗର୍ତ୍ତି, ବିଶାଲ କୁମାର ଅଗ୍ରୱାଲ, ରଶ୍ମିରଞ୍ଜନ ପଟେଲ ଓ ପୃଥ୍ୱୀରାଜ ବକୁଳ ପ୍ରମୁଖଙ୍କ ସଦସ୍ୟତା ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ସାମ୍ବାଦିକ ରମାକାନ୍ତ ରାଜପାଲିଆ, ବିନୋଦ ସୁନା, ଗୋପାଲ ଅଗ୍ରୱାଲ, ଅଶୋକ ତ୍ରିପାଠୀ, ସୁଧୀର ସାହୁ, ନାରାୟଣ ସାହୁ, ପ୍ରଦୀପ ବାଗ, ଅବିନାଶ ନନ୍ଦ, ସଞ୍ଜୟ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଓଜେୟୁ ସଂଘ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ବୀମା ଭୁକ୍ତ କରାଯିବା ଓ ସମସ୍ତ ବ୍ଲକ୍‌ରେ ସଂଘ କାର୍ଯ୍ୟାଳୟ କରାଯିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା । ଉକ୍ତ ସଭାକୁ ସଂଘର ବରିଷ୍ଠ ସଦସ୍ୟ ମନୋଜ ଶତପଥି ପରିଚାଳନା କରିଥିବା ବେଳେ ସଂଘ ସହ ସମ୍ପାଦକ ପ୍ରକାଶ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରସ ପ୍ରଧାନ, ଦୁଷ୍ମନ୍ତ ବାଗ, ଚନ୍ଦ୍ରଭାନୁ ପ୍ରଧାନ, ବିଭୁ ପ୍ରସାଦ ଶିକା, ରୁଦ୍ରକିଶୋର ଦଣ୍ଡସେନା, ଅନି ରାଓ, ସୋନାଲି ଛତ୍ରିଆ, ଗୋପୀ ବାଗ ଓ ଭଗବାନ ରାଜପଲିଆ ପ୍ରମୁଖଙ୍କ ସହ ବହୁ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.