ଲାଦେରପାଲିରେ ରାଜ୍ ମିଡ଼ିଆ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ରାଜ୍ ମିଡ଼ିଆ, ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ନବୀନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବ-୨୦୨୧ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଗାନ୍ଧି ମେମୋରିଏଲ କଳାପାଣି କଲେଜର ପ୍ରାଧ୍ୟାପକ ମୋହନ ସାହୁ, ସମ୍ମାନିତ ଅତିଥି ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ, ‘ଦ କମନ ଟାଇମସ’ର ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ କୈଳାଶ ମହାରଣା ଯୋଗ ଦେଇଥିଲେ । ସେହିପରି ମଞ୍ଚ ପରିଚାଳନା ଦାୟିତ୍ବରେ ଗବେଷକ ଲୋକ ସାହିତ୍ୟ ଡ଼ଃ ଅଜିତ କୁମାର ନାଥ ଓ ସ୍ୱାଗତ ଭାଷଣରେ ରାଜ୍ ମିଡ଼ିଆର ଯାଜ୍ଞସେନୀ ରହିଥିଲେ । ଏଥିରେ ସର୍ବ ପ୍ରଥମେ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବରିଷ୍ଠ କଳାକାର ସମ୍ମାନ ଭୁବନେଶ୍ୱର ପଧାନ, ସମ୍ବଲପୁରୀ ନାଟ୍ୟ ସମ୍ମାନ ମୋହନ ସାହୁ, ଲୋକ ସଂସ୍କୃତି ସମ୍ମାନ ଡ଼ଃ ଅଜିତ କୁମାର ନାଥ, ବିଦ୍ରୋହୀ କବି ସମ୍ମାନ କୈଳାଶ ମହାରଣା, ବରିଷ୍ଠ ସାମ୍ବାଦିକ ସମ୍ମାନ ରମାକାନ୍ତ ବିଶ୍ୱାଳ, ପ୍ରକୃତି ବନ୍ଧୁ ସମ୍ମାନ ଅମୃତ କୁମାର ବାରିକ, କରୋନା ଯୋଦ୍ଧା ସମ୍ମାନ ଭବାନୀ ଶଙ୍କର ପାଢ଼ୀ, ପଶ୍ଚିମ ଓଡିଶା ଯୁବାମଞ୍ଚ, ମାହେଶ୍ୱରୀ ସେନା କୁରୁଆଁ, ନିଷ୍ଠା ପରିବାର ବରଗଡ଼, ଯୁବ କବି ସମ୍ମାନ ଦୁର୍ଲ୍ଲଭ ଗଡ଼ତୀୟା ଓ କିଶୋର ଚନ୍ଦ୍ର ପାତ୍ରଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ମନୋରଞ୍ଜନ ପାଇଁ ଯୁବ କବି ଆଶିଷ ଜ୍ୟୋତିଷ କବିତା ପାଠ କରିଥିଲେ । ବିଭିନ୍ନ ପ୍ରକାର ନାଚ, ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା । ଅତାବିରା କୁଠିଶାଳ, କରମ ସାନି ଅମୃତ ବାରିକ ଟିମ, ନଟରାଜ କଳା ପରିଷଦ, ମା’ ମାହେଶ୍ୱରୀ ଦୁଲୁଦୁଲି ଅଂଶ ଗ୍ରହଣ କରି ସମ୍ମାନିତ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ କଳାର ପାରଦର୍ଶିତା ପାଇଁ ମନୋଜ କୁମାର ଭୋଇ, ବାଦ୍ୟକାର ଜୟ ନାରାୟଣ ମିଶ୍ର, ସଞ୍ଜୟ କୁଅଁର, ଫାଶୀ ସମ୍ବଲପୁରୀ ଟେଲିଫିଲ୍ମର ନିର୍ଦେଶକ ଲଳିତ କୁମାର ସାହୁଙ୍କୁ ସମ୍ମାନିତ କରିବା ସଙ୍ଗେ ଏକ ସ୍ୱତନ୍ତ୍ର ଭାବେ ଦେଶ ମାତୃକାର ସେବା କରି ଶହୀଦ ହୋଇଥିବା ଦେବେନ୍ଦ୍ର ପଣ୍ଡା ଓ କୌଶଲ କିଶୋର ପ୍ରଧାନଙ୍କ ପରିବାରକୁ ଶହୀଦ ସ୍ମାରକୀ ସମ୍ମାନ ଦିଆଯାଇଥିଲା । ଉପସ୍ଥିତ ସାମ୍ବାଦିକମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଡ଼ଃ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.