oom

ଖଲିଆପାଲିରେ ଗୋଣ୍ଡାୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ବ୍ଲକ ସିଂହମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ସିଂହାମୁଣ୍ଡା ସର୍କଲ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଈଶ୍ୱର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ ସୁଦାମ ବିଶି ପରିଚାଳନା କରିଥିବା ବେଳେ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସଦସ୍ୟ କାମରାଜ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ, ଦାଶରଥି ଭୋଇ, ଜିଲ୍ଲା ସଭ୍ୟା ରଞ୍ଜିତା ଧରୁଆ, ଜିଏସୟୁ ଉପସଭାପତି ଚନ୍ଦ୍ର ଶେଖର କୁଅଁର, କୋଷାଧ୍ୟକ୍ଷ ନରେନ୍ଦ୍ର ପୁଟା, ଦେବେନ୍ଦ୍ର ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ସମପଡ଼କ ପୁରନ୍ଦର ଭୋଇଙ୍କ ସହ ସଭ୍ୟମାନଙ୍କ ମଧ୍ୟରେ କୁବେର ଧରୁଆ, ସୁବଳ ଧରୁଆ, ଶତ୍ରୁଘ୍ନ ମଲ୍ଲିକ, ଡମ୍ବରୁ ଧରୁଆ, ନୀଳାମ୍ବର ଧରୁଆ, ଯଶୋବନ୍ତ ମାଝି, ଗୁଳକ ବିହାରୀ ଧରୁଆ, ବୃନ୍ଦାବନ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଥିଲା । ଅହଲ୍ୟା ଧରୁଆ, କୌଶଲ୍ୟା ମଲ୍ଲିକ, ଟିକେଲାଲ ଧରୁଆ, ସୁବଳ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

jittmm
Leave A Reply

Your email address will not be published.