ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥ ସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ମା’ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା, ଚନ୍ଦ୍ରଶେଖରବାଗ ମୁଖ୍ୟ ଅତିଥି, ଜିଲ୍ଲା ଉପସଭାପତି ଅର୍ଜୁନ ବରିହା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା, ଯୁବ ମୋର୍ଚ୍ଚା ସଭାପତି ଗୌରୀଶଙ୍କର ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ମା’ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ଦର୍ଶନ ସହ ପ୍ରାର୍ଥନା କରାଯାଇଥିଲା । ମା’ ବିନ୍ଧ୍ୟବାସିନୀ ମନ୍ଦିରର ଚର୍ଥୁ ଦିଗରେ ଅଳିଆ ଆବର୍ଜ୍ଜନା ହେଉଥିବା ଯୋଗୁଁ ପର୍ଯ୍ୟଟକମାନଙ୍କୁ ସଫାସୁତୁରା ରଖିବା ପାଇଁ ଅନୁରୋଧ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ବାଗ ବ୍ଳକ ସ୍ତରୟୀ କମିଟି ଓ ଯାତ୍ରା କମିଟି ନାମରେ ପୃଥକ୍ ପୃଥକ୍ ଭାବରେ ପାସବୁକ ଖୋଲିବାକୁ ଜିଲ୍ଲା ବୋର୍ଡ କମିଟି ପକ୍ଷରୁ ୩ ହଜାର ଟଙ୍କା ଯୋଗାଇଦେବା ସଙ୍ଗେ ଯଥା ଶୀଘ୍ର ପାସ୍‌ବୁକ ଖୋଲିବାକୁ ପରାମର୍ଶ ଦେଇଥିଲେ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଜୀବନ ମାତ୍ର କ୍ଷୀଣ ଭଙ୍ଗୀର ତେଣୁ ଆମେ ସମସ୍ତେ ସମାଜ ସେବାରେ ସମର୍ପିତ ହୋଇ ସମାଜ ପରିଚାଳିତ କାର୍ଯ୍ୟରେ ଆନ୍ତରିକତାର ସହୋଯୋଗ ଓ ବିଶ୍ଵାସ ଲୋଡା ବୋଲି ମତବ୍ୟକ୍ତ ଦେବା ସହ ବାଲ୍ମୀକି ରଚିତ ରାମାୟଣ ଗ୍ରନ୍ଥର ଦଶରଥ ରାଜା ରାଣୀ କୈକେୟୀଙ୍କୁ ଦୁଇଟି ବର ମାଗିବାକୁ କହିଥିଲେ ଏବଂ କୈକେୟୀ ଦଶରଥଙ୍କ ବର ପ୍ରଦାନ ଉପରେ ବିଶ୍ଵାସ ଓ ଭରଷା ରଖିଥିବା ଉପରେ ଆଲୋକପାତ କରିଥିଲେ । ସମସ୍ତଙ୍କୁ ବିଶ୍ଵାସ ଓ ଆନ୍ତରିକତା ରଖି ସମାଜକୁ ସୁଦୃଢ ମଜଭୁତ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ସମ୍ମାନିତ ଅତିଥି ତଥା ଜିଲ୍ଲା ଉପସଭାପତି ଅଜୁର୍ନ ବରିହା । ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ମା’ ବିନ୍ଧ୍ୟବାସିନୀଙ୍କ ମୁଖଶାଳକୁ ମରାମତି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରି ଆସନ୍ତା ଶୀତଳ ଷଷ୍ଠୀ ଯାତ୍ରା ପୂର୍ବରୁ ସମାପ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସମାଜର ଯେଉଁ ବଦାନ୍ୟ ବ୍ୟକ୍ତି ବିଶେଷ ମନ୍ଦିର ମୁଖଶାଳା ନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ମୁଖଶାଳ ନିର୍ମାଣ ପାଇଁ ୨ ହଜାରରୁ ଅଧିକ ଟଙ୍କା ସହଯୋଗ କରିବେ ସେମାନଙ୍କ ନାମ କିମ୍ବା ତାଙ୍କ ସ୍ବର୍ଗତ ପୂର୍ବଜମାନଙ୍କ ନାମ ମାର୍ବଲ ପଥରରେ ଶିଳାଲେଖା ଯିବ ବୋଲି ମତପ୍ରକାଶ ପାଇଥିଲା । ଆଜିର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବ୍ଳକର ନୂତନ ପଞ୍ଚାୟତ କମିଟି ସଭାପତି ସମ୍ପାଦକ ସଦସ୍ୟମାନେ ଯୋଗଦେଇ ଥିଲେ । ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ଚଙ୍ଗରିଆ ବିଭିଷଣ ବରିହା, ଲୁହାସିଂହା ଗଣେଶ ବରିହା, ମହରାପଦର ଦସୃବରିହା, ମାଳପଡା ସୀତାରାମ ବରିହା, ଦମାଇପାଲି ହୃଦାନନ୍ଦ ବରିହା ପଡିଆବାହାଲ ପରିକ୍ଷିତ ବରିହା ଆଜି ପଞ୍ଚାୟତର ସଭାପତିଙ୍କ ସହ ଅନ୍ୟ ସଭାପତିମାନେ ଉପସ୍ଥିତ ଥିଲେ । ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା, ସହସଂପାଦକ ହୃଷିକେଶ ବରିହା, କୋଷାଧ୍ୟକ୍ଷ ବିପିନ ବରିହା, ଶିକ୍ଷାବିତ୍‌ କୁଶଳ ବରିହା, ସ୍ଥାୟୀ ସଭ୍ୟ ଦୀନବନ୍ଧୁ ବରିହା, ମିଡ଼ିଆ ସେଲ୍ ସଂଯୋଜକ ପାଣ୍ଡବ ବରିହା, ସାମାଜିକ ସଂଗଠନ ସଂଯୋଜକ ଟିକେଶ୍ଵର ବରିହା, ସକ୍ରିୟ ସଭ୍ୟ ଲକ୍ଷେଶ୍ଵର ବରିହା ପ୍ରମୁଖ ଉପସ୍ଥିତ ଥିବା ବେଳେ ବିରଞ୍ଚି ବରିହା, ଗୋପଳ ବରିହା କୁରେଶ୍ଵର ବରିହା ଯଶୋବନ୍ତ ବରିହା, ଶୁକ୍ର ବରିହା, ପ୍ରମୁଖ ସହଯୋଗ କରିଥିବା ବେଳେ ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟ, ଚପରାଶି ରତ୍ନାକର ବରିହାଙ୍କ ସମେତ ସମାଜ ଶତାଧିକରୁ ଉର୍ଦ୍ଧ୍ବ ଲୋକ ଯୋଗଦାନ କରିଥିଲେ । ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ସଭାପରିଚାଲନା କରିଥିବା ବେଳେ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.