oom

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ

jsmm

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅନନ୍ୟ । ସାରା ଭାରତବର୍ଷରେ ବିଭିନ୍ନ ସମୟରେ ନୂଆଁଖାଇ ପାଳନ କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାରେ ହେଉଥିବା ନୂଆଁଖାଇ ରୀତିନୀତିରେ ସ୍ୱାତନ୍ତ୍ରତା ରହିଛି ଯାହାପାଇଁ ସେ ଆଜି ବି ଭାଇଚାରା ସୃଷ୍ଟି କରିପାରିଛି । ଏହି ପବିତ୍ର ପର୍ବ ମନରେ ଦେଇଥାଏ ଆନନ୍ଦ ଦେଇଥାଏ ବୋଲି ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ନୂଆଁଖାଇ କାର୍ଯ୍ୟକ୍ରମରେ ସଭାପତି ପନ୍ମଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବରେ ତହସିଲଦାର ଜୟନ୍ତ କୁମାର ମେହେର, ମୁଖ୍ୟବକ୍ତା ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ବିଜୟ କୁମାର ଦାନୀ ଯୋଗଦେଇ ନୂଆଁଖାଇର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ରାଜ କୁମାର ଗାନ୍ଧୀ ଏବଂ ଅଧ୍ୟାପିକା ଲିପ୍ସାମୟୀ ଦୁବେ କବିତାଙ୍କ ସଂଯୋଜନାରେ କବିତା ପାଠ କରିଥିଲେ ବରିଷ୍ଠ କବି ଉଦୟ ନାୟକ, ହୃଦାନନ୍ଦ ସାହୁ, ରମେଶ କୁମାର ମିଶ୍ର, ସଂକୀର୍ତ୍ତନ ପାଲ, ମାନସ ପ୍ରହରାଜ, ମଧୁସୂଦନ ସିଂ, କୁଞ୍ଜ ସାହୁ, ଭାଗିର୍‌ଥୀ ଷଡ଼ଙ୍ଗୀ, ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ଶକୁନ୍ତଳା ପାତ୍ର, ସରସ୍ୱତୀ ମିଶ୍ର, ଅର୍ଚ୍ଚିତା ସାହୁ, ପ୍ରଦୀପ କୁମାର ସାହୁ, ଅଗ୍ନୀ କୁମାର ସାହୁ, ସଂଯୁକ୍ତା ପୁରୋହିତ, ସଂକୀର୍ତନ ଘିଭେଲା, କାହ୍ନୁଚରଣ ସାହୁ, ଆରତୀ ବିଶି ପ୍ରମୁଖ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର ମାନେ ସ୍ୱାଗତ ସଂଗୀତ ଓ ଶିଶୁକଣ୍ଠ ଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ ଏକକ ସଂଗୀତ ଗାନ କରିଥିଲେ । ସଦସ୍ୟ ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ମହାଖୁଡ଼, ନରୋତ୍ତମ ସେଲମା, ପ୍ରଶାନ୍ତ ସାମନ୍ତରା, ମିତେଶ ପଣ୍ଡା, ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.