jayashree

ନୂଆଁଖାଇ ପର୍ବ ତିଆରିଛି ଏକତା : ଦେଓଗାଁ ସେଲମା ବଂଶର ୧୬ତମ ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୮ ମସିହାରୁ ଗୌନ୍ତିଆ ଭକ୍ତ ଚରଣ ସାହୁଙ୍କ ନେତୃତ୍ବ ଓ ଆବାହକତ୍ବରେ ସାମୁହିକ ନୂଆଁଖାଇ ପର୍ବ ପାଳନ ଆରମ୍ଭ ହୋଇଥିଲା । ପ୍ରାୟ ୧୫ଟି ପରିବାରର ଶହେରୁ ଅଧିକ ଆବାଳ ବୃଦ୍ଧ ବନୀତା ଏକତ୍ରିତ ହୋଇ ପାରଂପାରିକ ନୂଆଁ ଅନ୍ନ ଦେବା ଦେବୀଙ୍କୁ ଅର୍ପଣ କରିବା ପରେ ନୂଆଁଅନ୍ନ ଖାଇ ବଡ଼ଙ୍କୁ ନମସ୍କାର ଓ ସାନଙ୍କୁ ଆଶୀର୍ବାଦ କରିବା ପରେ କଛାରପାଲି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଗାଁର ସମସ୍ତଙ୍କ ସହ ପାରଂପାରିକ ନୂଆଁଖାଇ ଭେଟ୍‌ ପର୍ବ ପାଳନ କରାଯାଇଥିଲା । ଗତ ୧୫ ବର୍ଷ ପୂର୍ବରୁ ଯଦିଓ ବଂଶର ଭାଇମାନଙ୍କ ମଧ୍ୟରେ କିଛି କିଛି ମନାନ୍ତର ଥିଲା ସାମୁହିକ ନୂଆଁଖାଇ ଦିନରୁ ଅନେକ ମତ ମନାନ୍ତର ଦୂରେଇ ଦେଇଥିବା ପରିବାରର ସଭ୍ୟମାନେ ଅନୁଭବ କରୁଛନ୍ତି । କେବଳ ନୂଆଁଖାଇ ପାଳନ ନୁହେଁ ପରବର୍ତ୍ତୀ ଦିନ ପ୍ରତ୍ୟେକଙ୍କ ସାମାଜିକ କାର୍ଯ୍ୟକ୍ରମରେ ସହଯୋଗ ବଢ଼ିଛି ବୋଲି କହିଛନ୍ତି । ଏକ ନୂଆଁଖାଇ ନୁହେଁ ସାମୁହିକ ଭାବେ ମିଳିମିଶି ପାଳନ କରିବାର ଏକ ପରଂପରା ରହିଛି । ଏହି କାର୍ଯ୍ୟକ୍ରମରେ ଦୂର ଦରାନ୍ତରରେ ଥିବା ପରିବାରର ସଦସ୍ୟମାନେ ଉପସ୍ଥିତ ରହି ଉତ୍ସବକୁ ଅଧିକ ସୁନ୍ଦର କରିଥାନ୍ତି । କେବଳ ଦେଓଗାଁ କଛାରପାଲିର ସେଲମା ବଂଶ ନୁହେଁ ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ କିଛି ବର୍ଷ ହେଲା ସାମୁହିକ ନୂଆଁଖାଇ ପର୍ବ ପଳିତ ହୋଇଆସୁଛି । ଏହା ଦ୍ବାରା ଅନ୍ୟ ସହ ଅନ୍ୟର ସମ୍ପର୍କ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଏହା ନୂଆଁଖାଇର ମହତ୍ବ ହୋଇଥିବାରୁ ଏହାର ସ୍ବତନ୍ତ୍ରତା ଅଛି ବୋଲି ନିଶ୍ଚିତ ଭାବେ ସମସ୍ତେ ସ୍ବିକାର କରିବେ ।

Leave A Reply

Your email address will not be published.