oom

ଖଡ଼ିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

jsmm

ଖଡ଼ିଆଳ, (ନିରାକାର ମେହେର) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଏଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିବ ପୁରା ପଶ୍ଚିମ ଓଡିଶା । ଏହି ନୂଆଁଖାଇ ଆସନ୍ତା ୧୧ତାରିଖରେ ପଶ୍ଚିମ ଓଡିଶାରେ ପାଳନ ହେଉଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଖଡ଼ିଆଳ ରାଜ ଦରବାରରେ ଯୁବରାଜ ଦେବ ଦେବ ସିଂଦେବଙ୍କ ସମେତ ରାଜ୍ୟ ପୁରୋହିତ ପ୍ରଫୁଲ୍ଲ କୁମାର ରଥ, ପୁରୋହିତ ସୁଦର୍ଶନ ଠାକୁର, ଘାସିରାମ ରଥ, ପ୍ରସନ୍ନ ପଣ୍ଡା, ସମଲେଶ୍ୱରୀ ପୂଜକ ବ୍ରଜ୍ୱକେଶ୍ୱର ଦଣ୍ଡସେନା, ରକ୍ତାମ୍ବରି ପୂଜକ ଗଣେଶ ଚନ୍ଦ୍ର ପ୍ରଧାନୀ, ଯୋଗ ଦେଇ ଲଗ୍ନ ଧାର୍ଯ୍ୟ କରିଥିଲେ । ୧୦ ତାରିଖ ଦିନ ଦୁଇ ଇଷ୍ଟ ଦେବୀଙ୍କ ସମ୍ମୁଖରେ ଲାଗିବ ଓ ୧୧ତାରିଖ ଦିନ ପୂର୍ବାହ୍ନ ୧୦ଘଣ୍ଟା ୪୦ରୁ ୧୧ଘଣ୍ଟା ୪୫ ମିନିଟରେ ତୁଳା ରାଶି ବିଛା ଲଗ୍ନରେ ଅଞ୍ଚଳବାସୀ ନୂଆଁ ଖାଇବେ । କୋଭିଡ ନିୟମ ମାନି ନବାନ୍ନ ଖାଇବା ପାଇଁ ଯୁବ ରାଜ ଦେବ ଦେବ ସିଂ ଦେବ ଅଂଚଳବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ସମେତ ବିଜୟ ବାରିକ, ଯୁଗଳ କିଶୋର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.