କନକପୁରରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ କନକପୁର ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କରିବା ପାଇଁ ଚିନ୍ମୟ ମିଶ୍ରଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଁ ତଥା କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ପ୍ରମୋଦ ମିଶ୍ର, ପ୍ରଦୀପ ପଧାନ, କୈଳାଶ ମେହେର, ରମେଶ ମିଶ୍ର, ପ୍ରକାଶ ଘିବେଲା ପ୍ରମୁଖ ଭେଟଘାଟ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଶୁକ୍ରବାର ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.