
ମ. ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ରାଧାଯୁଗଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୭ତମ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଚନ୍ଦନ କୁମାର ଛତ୍ରିଆଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ କୈଳାସ ମହାନନ୍ଦ, ମୁଖ୍ୟ ବକ୍ତା ଭାବେ ସି.ଆର.ସି.ସି.ସୁବୋଧ ଛତ୍ରିଆ, ସଂମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ପରଦେଶୀ ନାଗ, ଦେବଚିନ୍ତା ନାଗ, ସାମ୍ବାଦିକ ପ୍ରଦିପ କୁମାର ସାହୁ ଉପସ୍ଥିତ ରହି ଏ ଭଳି ନିଆରା କାର୍ଯ୍ୟକ୍ରମର ଭୁରିଭୁରି ପ୍ରଶଂସା କରିଥିଲେ । ବୟୋଜ୍ୟେଷ୍ଠ ତଥା ବରିଷ୍ଠ ନାଗରିକମାନଙ୍କୁ ଓ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରୀ ସସ୍ମିତା ସମନ୍ତରା, କବି ଲେଖକ ତଥା ସାହିତ୍ୟ ପାଇଁ କେତନ ରଣାଙ୍କୁ ମାନପତ୍ର ଓ ଉପଢୌକନ ହେଇ ସଂମାନିତ କରିବା ସହ ବିଭିର୍ଣ୍ଣ ପ୍ରତିଯୋଗୀତାର କୃତି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ମଞ୍ଚ ପରିଚାଳନା ପେସ୍କ ସଭାପତି ହରି ମହାନନ୍ଦ, ନରେଶ ନାଗ ଓ ରୋହନ ନାଗ କରିଥିବା ବେଳେ, ରାଧଯୁଗଲ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ସୁବିଜ୍ଞ ସୁନା ସମେତ ହିମାଦ୍ରୀ ମହାନନ୍ଦ, ହିମାଂଶୁ ଶେଖର ମହାନନ୍ଦ, ପ୍ରଭାତ ରଞ୍ଜନ ନାଗ, ରୋଷନ କୁମାର ଛତ୍ରିଆ, ଉମା ଶଙ୍କର ମହାନନ୍ଦ, ଦିବ୍ୟରଞ୍ଜନ ଛତ୍ରିଆ, ବିନୋଦ, ପ୍ରବୀଣ, ରୋଷନ, ଦୀପକ, ଉତ୍ତମ, ବିମଲ, ସମ୍ବୁ, ମାନସ, ମଣ୍ଟୁ ଓ ସମସ୍ତ ଅନ୍ତେବାସୀ ସାହାର୍ଯ୍ୟ କରିଥିଲେ ।