ସେଲେଡିରେ ନୂଆଁଖାଇ ଭେଟ୍‌ଘାଟ୍‌

ବିନିକା, (କେପିଏନ୍‌ଏସ୍) : ରୁମକୁଝୁମାନା ଏବଂ ଅଁଗରା ସାହିତ୍ୟ କୁଟୁମ୍‌ର ମିଳିତ ଆନୁକୂଲ୍ୟରେ ସେଲେଡି ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ରୁମକୁଝୁମାନାର ମୁଖ୍ୟ କବି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀଙ୍କ ଆବାହକତ୍ୱରେ ଅଂଗରା ସମ୍ପାଦିକା ଗୀତାଞ୍ଜଳି ମିଶ୍ର ଏବଂ ଉପଦେଷ୍ଟା ଅଖୋଜ କୁମାର ଷାଣ୍ଢଙ୍କ ନେତୃତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ସୋନପୁର, ବୌଦ୍ଧ, ବଲାଙ୍ଗିର, ବରଗଡ ଜିଲ୍ଲାର ବହୁତ ଜ୍ଞାନୀ ଗୁଣି କବି ଓ କବୟିତ୍ରୀ ମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅଙ୍କିତା ପୁଜାହାରୀ ଓ ଅରୁଣା ଅପା ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କବି ଓ କବୟିତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବରେ ଜ୍ଞାନ ପ୍ରକାଶର ସମ୍ପାଦକ ଜ୍ଞାନଚାନ୍ଦ ଶତପଥି, ଘାଏ ଦେଖତ କଲାପଟା ସମ୍ପାଦକ ବୈରାଗୀ ସାହୁ, କୋସଲି କବି ସଂଯୋଜକ ପୁରୁଷୋତ୍ତମ ମିଶ୍ର, ଶିକ୍ଷାବିତ୍‌, କୋସଲି ଲିପିବିତ୍‌, ନିରଞ୍ଜନ ପଣ୍ଡା ମୁଖ୍ୟ ଅତିଥି, ସଭା ଆବାହକ କବି କିନୁ ଜଗଦଳା ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଠ କବି ଦିଲୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଅଧ୍ୟାପିକା ବୈଜୟନ୍ତି ସାହୁ, ଅରୁଣୀ ତ୍ରିପାଠୀ, ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିଲେ । କବି ସୁଧୀର ମିଶ୍ର, ସ୍ୱର୍ଣ୍ଣପ୍ରଭା ମହାପାତ୍ର, ସ୍ୱପ୍ନା ଶର୍ମିଷ୍ଠା ମିଶ୍ର, ଆଶୁକବି ଗରିବ ମଲ୍ଲିକ, ରୋଶନ ସାହୁ, ମାନଗୋବିନ୍ଦ ମେହେର, ଅଶୋକ କୁମାର ବିଶି, ଉମାବଲ୍ଲଭ ଷଡ଼ଙ୍ଗୀ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଶ୍ରୀନିବାସ ବାବୁ, ଦୀପନ୍ୱିତା ମହାଣା, ଯଦୁମଣି କର୍ଣ୍ଣ, ଗଜେନ୍ଦ୍ର ସେଠୀ, ରଞ୍ଜନ ସା, ଇନ୍ଦ୍ର କୁମାର ବାଦୀ, ଗୁଲଠୁ ମୀନ, ପଦ୍ମାବତୀ ଆଚାର୍ଯ୍ୟ, ପାରାୟଣ ଗାୟିକା ମଞ୍ଜୁ ଲତା, ବିକ୍ରମ ସାହୁ ତଥା ଅନେକ କବି, କବୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ସନ୍ତୋଷ ସାଲିମା ଧନ୍ୟବାଦ ଦେଇଥିଲେ । ଅନେକ କାର୍ଯ୍ୟକ୍ରମର ସମ୍ପାଦକ, ସମ୍ପାଦିକା ଉପଦେଷ୍ଟାଙ୍କୁ ଅଙ୍ଗରା ଦ୍ୱାରା ସମ୍ମାନିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବଳଦେବ ବଢ଼ାଇ ଲାଇଭ ଟେଲି କାଷ୍ଟ ଦ୍ୱାରା ପ୍ରଚାର ଓ ପ୍ରସାର କରିଥିଲେ ।

Leave A Reply

Your email address will not be published.