ସାଲେପାଲି ମେହେର ପରିବାରର ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁରେ ପୂର୍ବ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମେହେର ପରିବାରର ସମସ୍ତ ସଦସ୍ୟ ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ କେବଳ ଏକ ପର୍ବ ସହ ପରମ୍ପରା, ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଓ ଭାଇଚାରାର ନିଦର୍ଶନ । ଚାରି ଦିନିଆ ମଣିଷ ଜୀବନରେ ଏହି ପର୍ବପର୍ବାଣୀ ହିଁ ମଣିଷକୁ ଏକ ଭାବର ବନ୍ଧନରେ ବାନ୍ଧି ରଖିଥାଏ ବୋଲି ଉଦ୍ୟୋକ୍ତା ଡଃ. ସୁଧାଂଶୁ ଭୁଷଣ ମେହେର ମତ ପୋଷଣ କରନ୍ତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସର୍ବ ପ୍ରଥମେ ମାଁ ସମଲେଇ, ମାଁ ଲକ୍ଷ୍ମୀ, ରାଧାକୃଷ୍ଣ ଭାଗବତ ମନ୍ଦିରରେ ନବାନ୍ନ ଅର୍ପଣ ପରେ ୨୧ଟି ପରିବାରର ୮୯ ସଦସ୍ୟ ନବାନ୍ନ ଭକ୍ଷଣ କରିଥିଲେ । ପରେ ପରେ ମନ୍ଦିର ପ୍ରାଙ୍ଗଣରେ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘଦିନ ଧରି ଚାଲି ଆସୁଥିବା ଏହି ପରମ୍ପରାକୁ ଦିବଂଗତ ସମାଜସେବୀ ଗର୍ଗବ ପ୍ରସାଦ ମେହେର ଆରମ୍ଭ କରିଥିଲେ । ବର୍ତ୍ତମାନ ପରିବାରର ବରିଷ୍ଠ ସଦସ୍ୟ ଗୁରୁ କ୍ଷମାନିଧି ମେହେର, ବାସୁଦେବ ମେହେର, ସମାରୁ ମେହେର ଓ ଶେଷଦେବ ମେହେରଙ୍କ ମାର୍ଗଦର୍ଶନ ସାମୁହିକ ନୂଆଁଖାଇ ପରିଚାଳିତ ହୋଇ ସମାଜରେ ଏକ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.