ଇନ୍ଦ୍ରମଣି ସାହୁ ଜୟନ୍ତୀ ଓ ନୂଆଁଖାଇ ଭେଟ୍‌ଘାଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ଧର୍ମପୀଠ ହରିଶଙ୍କରରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଚଂଗରିଆ ସରପଞ୍ଚ ଶୁଶୀଲ କୁମାର ଗୁରୁ ମୁଖ୍ୟ ଅତିଥି, ହେମନ୍ତ କୁମାର ଦାଶ, ସଂଯୁକ୍ତା ପରିଛା, ଜଟାଧାରୀ ପଧାନ, ସାବିତ୍ରୀ ସାହୁ ମଞ୍ଚାସୀନ ଥିଲେ । ଏ ଅବସରରେ ଅନେକ କବି କବିତା ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅବସରପ୍ରାପ୍ତ ଅଧ୍ୟାପକ ବିନୟ କୁମାର ଦାଶ ମୁଖ୍ୟ ଅତିଥି, ଅଧ୍ୟାପକ ବ୍ରଜମୋହନ ମେହେର, ସବିତା ମେହେରା ମଞ୍ଚାସୀନ ଥିଲେ । ଭକ୍ତବନ୍ଧୁ ବିଶ୍ୱାଲ ସଭାପତିତ୍ୱ କରିଥିଲେ । ଲାଲଚନ ବଗର୍ତ୍ତୀ ସ୍ୱାଗତ ଭାଷଣ ଦେଲାବେଳେ ସନ୍ତୋଷ କୁମାର ଦାଶ ଓ ଶିବପ୍ରସାଦ ସା ସଂଯୋଜନା କରିଥିଲେ । ଏ ଅବସରରେ ମଧୁସୂଦନ ଦାଶଙ୍କୁ “ଇନ୍ଦ୍ରମଣି ସାହୁ ସୁରତା ସମ୍ମାନ” ପ୍ରଦାନ କରାଯାଇଥିଲା ଓ ପବିତ୍ର ଭୋଇଙ୍କୁ ବୈଦ୍ୟ ହିସାବରେ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.