ଟିଟିଲାଗଡ ସତ୍ୟ ନାରାୟଣ ମନ୍ଦିରରେ ଗୁଜୁରାତି ସମାଜ ପକ୍ଷରୁ ନୂଆବର୍ଷ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁଜୁରାତି ସମାଜର ନୂଆବର୍ଷ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ, ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ଗୁଜୁରାତି ସମାଜର ସଦସ୍ୟମାନେ ଶ୍ରୀ ଢୋଲକିଆଙ୍କୁ ପାଛୋଟି ନେଇ ମନ୍ଦିର ଭିତର ବୁଲାଇବା ସହ ସେମାନଙ୍କ ସହ ସମୟ ଅତିବାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଗୀତା ବିଶି, ପୁର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତି ପଟେଲ, ଗୁଜୁରାତି ସମାଜର ହରିଶ ରାୟଥାଥାଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.