ନିଆରା ଭାବରେ ନୂଆବର୍ଷ ପାଳନ କଲେ ସମାଜସେବୀ ବୁଲୁ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ୍ ବାଲାନ୍ସ ବଢ଼ାଇବ । ହେଲେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା ପାଇଁ । କେବଳ ପଦ୍ମପୁର ନୁହେଁ ପୁରା ବରଗଡ଼ ଜିଲ୍ଲାରେ ଗରିବ ନିରାଶ୍ରୟ ଲୋକଙ୍କ ପାଇଁ ସହଯୋଗର ହାତ ବଢାଇବେ । ତେଣୁ ଏଥି ପାଇଁ ନିଆରା ଭାବରେ ନୂତନ ବର୍ଷକୁ ପାଳନ କରିଛନ୍ତି ବୁଲୁ ଦାସ । ମୁଣ୍ଡାପାଲି, ସେମେଲମୁଣ୍ଡା, ଅଇଁଲାଭଟା, କଟାବାହାଲ ଆଦି ଗ୍ରାମକୁ ଯାଇ ଗରିବ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । କଥାରେ ଅଛି କେବେ ଅଭାବରେ ଥିବା ଲୋକ ହିଁ ଜଣେ ଅଭାବୀର କଷ୍ଟ ବୁଝିପାରେ । ଅର୍ଥର ଅଭାବ ଯୋଗୁଁ କିଛି ବୁଢ଼ାବୁଢ଼ୀ ପ୍ଲାଷ୍ଟିକ ଚେୟାର ଧରି ଚାଲୁ ଥିଲେ । ଏକଥା ଦେଖିବା ପରେ ନୂଆ ବର୍ଷରେ ବୁଲୁ ଦାସ ସେମାନଙ୍କୁ ଉପହାର ସ୍ୱରୂପ ୱାକିଂ ଷ୍ଟାଣ୍ଡ ପ୍ରଦାନ କରିଛନ୍ତି । ମହାମାରୀ କରୋନା ସମୟରେ ବରଗଡ ଜିଲ୍ଲା ପଦ୍ମପୁରର ଆଖପାଖ ଅଂଚଳର ଲୋକମାନଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ପୁଡିଆ, ରାସନ ସାମଗ୍ରୀ ଧରି ଗାଁ ଗାଁରେ ପହିଁଚି ଥିବା ବୁଲୁ ଦାସ ସେବେ ଠାରୁ ନିଜର ଜନସେବା ଜାରି ରଖିଛନ୍ତି । ବାସ୍ତବ କଥା ହେଲା କରୋନାରେ ଆକ୍ରାନ୍ତ ହୋଇ ହୋମ କରେଣ୍ଟାଇନରେ କିଛି ଦିନ ଘରେ ରହିଲା ପରେ ଜୀବନର ମୂଲ୍ୟକୁ ଭଲ ଭାବରେ ବୁଝି ପାରି ସେବେ ଠୁ ନିରନ୍ତର ଭାବରେ ଜନସେବା ଜାରି ରଖିଛନ୍ତି । ଅନେକ ଗରିବ ଅସହାୟ ଲୋକମାନଙ୍କ ଦୁଃଖ ସୁଖର ସାଥୀ ହୋଇ ନିଜ ରୋଜଗାରର ସିଂହ ଭାଗ ଅର୍ଥକୁ ତାଙ୍କ ପାଇଁ ଖର୍ଚ୍ଚ କରି ବେଶ୍ ଖୁସି ଅନୁଭବ କରୁଛନ୍ତି । ଆଉ ବଞ୍ଚିଥିବା ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ପ୍ରତିଜ୍ଞା କରିଛନ୍ତି ।

Leave A Reply

Your email address will not be published.

error: Content is protected !!