ଶାଖା ଡାକପାଳ ସାରଥୀ ବେହେରା ଓଡିଶାରେ ସୃଷ୍ଟି କଲେ ନୂଆ ରେକର୍ଡ : ଗୋଟିଏ ଦିନରେ କରପଡା ଗ୍ରାମୀଣ ଶାଖା ଡାକଘରେ ୫୦୩ ଜଣଙ୍କ ଆଧାର ସହ ମୋବଇଲ ନମ୍ବର ଲିଙ୍କ ଯୋଜନା ସଫଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ଆହ୍ୱାନ କ୍ରମେ, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ଶ୍ରୀମତୀ କିରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଉପଡାକଘର ଅନ୍ତର୍ଗତ କରପଡା ଶାଖା ଡାକଘରର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସାରଥୀ ବେହେରାଙ୍କ ଉଦ୍ୟମରେ ଗତକାଲି ଆଇ.ପି.ପି.ବି.ର.ସି.ଇ.ଏଲ.ସି ସେବା ମାଧ୍ୟମରେ ଗୋଟିଏ ଦିନରେ ୫୦୩ ଜଣଙ୍କର ଆଧାର ନମ୍ବର ଶହ ମୋବଇଲ ନମ୍ବର ଲିଙ୍କ କରି ଓଡିଶା ପୋଷ୍ଟାଲ ସର୍କିଲରେ ଏକ ନୂଆଁ ଅଧ୍ୟାୟ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଭେରସୀୟର ଦେବରାଜ ନାୟକ, ନଳିନୀକାନ୍ତ କର, ଶାଖା ଡାକଘର କର୍ମଚାରୀ ପ୍ରଶାନ୍ତ ଚର୍ଚ୍ଚି, ଶିବ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହି ଉଲେଖନୀୟ ସଫଳତା ପାଇଁ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢ଼ୀ ସାରଥୀ ବେହେରାଙ୍କ ସମେତ ତାଙ୍କୁ ସହଯୋଗ କରି ବ୍ରହ୍ମପୁର ମଣ୍ଡଳ ପାଇଁ ଏକ ନୂଆଁ ସଫଳତା ଆଣିଛନ୍ତି । ଟିମକୁ ଆଜି ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବ୍ରହ୍ମପୁର ଡାକମଣ୍ଡଳର ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା, ମନୋଜ ବେହେରା, ସୁଧାଂଶୁ ଶେଖର ପାଢ଼ୀ, ପୋଷ୍ଟାଲ ଇନିସ୍ପେକଟର ଗଙ୍ଗା ନାରାୟଣ ମହାଲ୍ଲୀକ, ଦୁଷ୍ମନ୍ତ କୁମାର ଜେନାଙ୍କ ସମେତ ସବୁ ଅଭେରସିଓରମାନେ ଉପସ୍ଥିତ ଥିଲେ । ସମ୍ପ୍ରତି ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇନଥିଲେ, କିମ୍ବା ଆଧାର ସହ ମୋବଇଲ ନମ୍ବର ଲିଙ୍କ ନଥିଲେ ବ୍ୟାଙ୍କରେ ଟ୍ରାଞ୍ଜିସନ କରି ହେଉନି, ଏଣୁ ଲୋକମାନେ ଆଧାରକାର୍ଡ ନମ୍ବର ସହ ମୋବାଇଲ ନମ୍ବର ଲିଙ୍କ ସକାଶେ, ଏକ ଅଭିନବ ପ୍ରୟାସ ଡାକ ବିଭାଗ ପକ୍ଷରୁ କରାଯାଇଛି । ଆଧାର ସଂଶୋଧନ, ନୂତନ ଆଧାର ପଞ୍ଜିକରଣ ସକାଶେ ଲୋକେ ନାହିଁ ନଥିବା ହଟହଟା ହେଉଥିବା ବେଳେ ଆମେ ସବୁ ମୁଖ୍ୟ ଡାକଘରେ, କେତେକ ବଛା ବଛା ଉପଡାକ ଘରେ ଏଭଳିକି ଅନେକ ଶାଖା ଡାକଘରେ ଲୋକଙ୍କ ଘର ପାଖକୁ ଯାଇ ଏହି ସୁବିଧା ଲୋକମାନଙ୍କୁ ପ୍ରଦାନ କରୁଛୁ ବୋଲି ବ୍ରହ୍ମପୁର ଡାକ ମଣ୍ଡଳର ବିଜିନେସ ଏକଜ୍ୟୁୁକେଟିଭ ଗୌର ହରି ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.