ରାଉରକେଲା ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ‘ପାରମ୍ପରିକ ବେଶଭୂଷା ପ୍ରଦର୍ଶନ’ ପ୍ରତିଯୋଗିତା
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ନୂଆ ଓ, ‘ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ‘ପାରମ୍ପରିକ ବେଶଭୂଷା ପ୍ରଦର୍ଶନ’ ପ୍ରତିଯୋଗିତା ସେକ୍ଟର- ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମାଜସେବୀ ଚନ୍ଦ୍ରଶେଖର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ବିଭାଗ ମୁଖ୍ୟ ଡ଼. ରବୀନ୍ଦ୍ର କୁମାର ଜେନା ସ୍ୱାଗତ ଭାଷଣ ରଖିଥିବା ବେଳେ ରାଉରକେଲା ମହାବିଦ୍ୟାଳୟର ସାଂସ୍କୃତିକ ପରିଷଦର ନୋଡ଼ାଲ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ପରିଷଦର ନୋଡାଲ ଅଫିସର ପ୍ରାଧ୍ୟାପିକା ଭାରତୀ ବରୱା ପ୍ରତିଯୋଗିତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ତଥା ଆମ ସଂସ୍କୃତି ଓ ପରମ୍ପରା ତଥା ପାରମ୍ପରିକ ବେଶଭୂଷା ସମ୍ପର୍କରେ ଜାଣିବା ପାଇଁ ଏହା ଏକ ସୁନ୍ଦର ଉଦ୍ୟମ ହୋଇଛି । ଶିକ୍ଷା ସହ ନିଜର ସର୍ଜନଶୀଳତାର ପରିପ୍ରକାଶ ପାଇଁ ଏହା ସରକାରଙ୍କ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ଏହିପରି ସୁଯୋଗକୁ ଛାତ୍ରଛାତ୍ରୀମାନେ ବ୍ୟକ୍ତିତ୍ଵର ଗୁଣାତ୍ମକ ବିକାଶ ନିମିତ୍ତ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ନୂଆ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ବରିଷ୍ଠ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ ବକ୍ତବ୍ୟ ରଖି ପାରମ୍ପରିକ ବେଶଭୂଷା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଅଧ୍ୟାପିକା ସସ୍ମିତା ଜେନା, ବୈଜୟନ୍ତୀ ବାରିକ, ଶର୍ମିଲା ମାଝି, ଅଧ୍ୟାପକ ପ୍ରଭାତ ବଳଙ୍କ ତତ୍ତ୍ଵାବଧାନରେ ଉଭୟ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ‘ପାରମ୍ପରିକ ବେଶଭୂଷା ପ୍ରଦର୍ଶନ’ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପୂର୍ବକ ଖୁସି ବ୍ୟକ୍ତ କରିଥିଲେ । ବରିଷ୍ଠ ଅଧ୍ୟାପକ ବନ ବିହାରୀ କିଷାନ ଏବଂ ଅଧ୍ୟାପିକା ଅନୁପମା ଲୁଗୁନ ବିଚାରକ ଦାୟିତ୍ଵ ତୁଲାଇଥିଲେ । ଅଧ୍ୟାପକ ଅଜିତ ବେକ୍, ଅନୁପ ଏକ୍କା, ତରଣି ନାୟକ, ମନୋଜ ଦଳାଇ, ରଂଜିତ ପ୍ରଧାନ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ରାଜକୁମାର ସାହୁ ଅଧ୍ୟାପିକା ଅମି ଢୋଲକିଆ, ଭାଗ୍ୟଶ୍ରୀ ମହାନ୍ତି, ଶୂଚିସ୍ମିତା ପ୍ରଧାନ, ଅନାମିକା କୁଲ୍ଲୁ, ମୌସୁମୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ର ପ୍ରତିନିଧି ପ୍ରକାଶ ଓଝା, ଲକ୍ଷ୍ମୀପ୍ରିୟା ସାହୁ, ଅଭିଷେକ ଜେନା, ପ୍ରଭାତୀ ବେହେରା, ଲିପ୍ସା ବଳିଆରସିଂହ, ଗୋପାଳ ଦାଶ, ଅଭିଷେକ ପରିଡ଼ା, ଶିବାନୀ କେର୍କେଟା, ଅଙ୍କିତା ବାର୍ଲା, ଜଗନ ମହାନ୍ତି, ତୃପ୍ତିଲତା ଶତପଥୀ, ସୁମନ ମିଞ୍ଜ ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ ।