jayashree

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ଅଧ୍ୟକ୍ଷ ଡ଼.ଲଲାତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସଞ୍ଜୟ ତିଗ୍ଗ । ଏନ୍‌ଏସ୍‌ଏସ୍‌ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଓଡ଼ିଶା ରେଡ୍‌କ୍ରସ ବିପର୍ଯ୍ୟୟ ପ୍ରଶମନ ଦଳର ସଦସ୍ୟ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା ସ୍ୱେଚ୍ଛାସେବୀ ମାନଙ୍କୁ ସଡ଼କ ସୁରକ୍ଷା, ରାଷ୍ଟ୍ରଗଠନ, ରକ୍ତଦାନ ଓ ସ୍ୱାସ୍ଥ୍ୟ-ପରିମଳ ସମ୍ପର୍କିତ ଉପାଦେୟ ସଚେତନତାଧର୍ମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ପ୍ରାଧ୍ୟାପକ ଗଜରାଜ ପାତ୍ର ଏନ୍‌ଏସ୍‌ଏସ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ଡ଼. ଦୁଃଖୀଶ୍ୟାମ ସାହୁ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଅଧ୍ୟକ୍ଷ ଡ଼. ନାୟକ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସେବା ମାଧ୍ୟମରେ ସମାଜ ସେବା ସହିତ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଉଦ୍‌ବୋଧନ ଦେଇଥିଲେ । ପରିଶେଷରେ ଅଧ୍ୟାପିକା ବୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.