oom

ଗଞ୍ଜାମ ଗୌରବ ଆଣିଲେ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଶିବାନୀ ସ୍ୱାଇଁ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟ ଶିଳ୍ପୀ ତରୁଣୀ ଶିବାନୀ ସ୍ୱାଇଁ ଜଣେ ବିବିଧ ନୃତ୍ୟଶିଳ୍ପୀ ଭାବେ ଏବେ ଗଞ୍ଜାମ ଜିଲ୍ଲାରେ ପ୍ରସାର ଲାଭ କରିଆସିଛନ୍ତି । ସ୍ନାତକ ଡିଗ୍ରୀରେ ଅଧ୍ୟୟନ କରୁଥିବା ଶିବାନୀ ଜଣେ ମଧ୍ୟବିତ୍ତ ପରିବାର ଓଡ଼ିଆ ଘରର ଝିଅ ଅଟନ୍ତି । ସେ ଛତ୍ରପୁର ନିକଟ ପୋଡ଼ାପଦର ଗ୍ରାମର ବାସିନ୍ଦା । ଛତ୍ରପୁରର ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ । ସେଠାରେ ହିଁ ଶିଶୁ ପ୍ରତିଭାରେ ଅଂଶ ଗ୍ରହଣ କରି ବାଲ୍ୟ ଶିକ୍ଷାରେ ହିଁ ନୃତ୍ୟରେ ପୁରସ୍କୃତ ହୋଇଥିଲେ । ବ୍ରିଗେଡ଼ ସ୍କୁଲରେ ପ୍ରାଥମିକ ଶିକ୍ଷାସମାପ୍ତି ପରେ ସେ ସରକାରୀ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ିବା ବେଳେ ଛତ୍ରପୁରର ଅଗ୍ରଣୀ କଳା ଅନୁଷ୍ଠାନ କଳା ବିକାଶ କେନ୍ଦ୍ରରେ ନୃତ୍ୟଗୁରୁ ଅଳକା ସାହୁଙ୍କଠାରୁ ଓଡିଶୀନୃତ୍ୟ ଶିକ୍ଷାଲାଭ କରି ଓଡିଶୀ ନୃତ୍ୟରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଯାହା ଗଞ୍ଜାମର ଗୌରବ ଆଣିଥିଲେ । ନିକଟରେ ଜି-ସାର୍ଥକର ପ୍ରତିଭାର “ଦାଦାଗିରି” ମଞ୍ଚରେ କଠଉ- ରଣପାନୃତ୍ୟରେ ଅଭିନୟ ପ୍ରଦର୍ଶନ କରି ଦର୍ଶକ ମହଲରେ ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇ ଗଞ୍ଜାମ ପାଇଁ ଗୌରବ ଆଣି ଦେଇଛନ୍ତି । ଗଞ୍ଜାମ ଲୋକନୃତ୍ୟରେ କଠଉ ପାଦନୃତ୍ୟ ଅବା ରଣପା-ନୃତ୍ୟ ଦେଶ ବିଦେଶରେ ପ୍ରସିଦ୍ଧତା ଓ ଆଦରତା ଲାଭ କରିଛି । ଗଞ୍ଜାମର ରଣପା-ନୃତ୍ୟ ଜନମାନସରେ ଏହାର ରୁଚି ଏକ ନିଆରା ପରମ୍ପରା ଭାବେ ପ୍ରତିପାଦନ କରିଆସିଅଛି । ଏହି ନୃତ୍ୟ ଲୋକଙ୍କର ବେଶ ଆକର୍ଷଣୀୟ ହୋଇଯାଇଛି । ଶିବାନୀ ଏହି ନୃତ୍ୟ ଜି-ସାର୍ଥକର ମେଗା ମହାମଞ୍ଚରେ ପରିବେଷଣ କରି ନିଜର ବୁଦ୍ଧିମତାର ପରିଚୟ ଦେଇ ପ୍ରତିଭାର ଯାଦୁ ଦେଖାଇ ବିଜୟୀ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓଲିଉଡ଼ ସୁପରଷ୍ଟାର ଡ଼ଃ. ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ମାନପତ୍ର ସହ ପଦକରେ ସମ୍ମାନୀତ ହୋଇଛନ୍ତି । ଶିବାନୀଙ୍କ ଏହି କୃତିତ୍ତ୍ୱ ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ନୃତ୍ୟଗୁରୁ ସମୀର କୁମାର ବେହେରାଙ୍କ ଏହି ସହଯୋଗ କାମନା ହେତୁ ଶିବାନୀଙ୍କ ପିତାମାତା ନୃତ୍ୟଗୁରୁଙ୍କୁ ବଧେଇ ଜଣାଇଛନ୍ତି । ଶିବାନୀଙ୍କ କୃତିତ୍ତ୍ୱ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟତାଙ୍କ ପ୍ରକୋଷ୍ଠରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରି କୃତଜ୍ଞତା ଜଣାଇଥିଲେ ।

jittmm
Leave A Reply

Your email address will not be published.