ସର୍ବ ଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ବିଜେତା ହେଲେ ବିକ୍ରମ ଡ୍ୟାନ୍ସ ସ୍କୁଲର ଛାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଠାରେ ଆୟୋଜିତ ସର୍ବ ଭାରତୀୟ ପିଡିଏସ୍ ନୃତ୍ୟ ପ୍ରତିଯୋଗିତା ୨୦୨୨ର କନିଷ୍ଠ ବିଭାଗରେ ରାଉରକେଲାର କ୍ୟୁଟ୍ ଡେଭିଲ୍ସ ଗୃପ ବିଜେତା ହୋଇ ରାଉରକେଲା ପ୍ରତି ଗର୍ବ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ସମୀର ଅଲ୍ଲୀଙ୍କ ଦ୍ୱାରା ଆୟୋଜିତ ଏହି ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ରାଉରକେଲାର ବିକ୍ରମ ଡ୍ୟାନ୍ସ ସ୍କୁଲର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିକ୍ରମ ସାରଙ୍କ ନିର୍ଦ୍ଦେଶନାରେ କନିଷ୍ଠ ଗୃପର ଛାତ୍ରୀମାନେ ପ୍ରଥମ ବିଜେତା ହୋଇଥିଲେ । ବିଖ୍ୟାତ ନୃତ୍ୟ ନିର୍ଦ୍ଦେଶକ ଧର୍ମେଶ ଏଥିରେ ବିଚାରପତି ଭାବେ ଯୋଗଦେଇଥିଲେ । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ କ୍ୟୁଟ୍ ଡେଭିଲ୍ସ ବିଜେତା ହେବା ସହ ଟ୍ରଫି ସହ ଦଶ ହଜାର ଟଙ୍କା ପୁରସ୍କାର ବାବଦରେ ଲାଭ କରିଥିଲେ । ଏଥିରେ ସାନା ପରୱିନ, ତନୁଶ୍ରୀ ସ୍ୱାଇଁ, ପୂଜା ସୁନା, ଆକାଂକ୍ଷା ପ୍ରଧାନ, ଅନୁଷ୍କା ଓରାମ, ପ୍ରିୟାନୀ ଛାଟୋଇ ଓ ଖୁସି ରାୟ ପ୍ରମୁଖ ନୃତ୍ୟ ପରିବେଷଣ କରି ବିଜେତା ହେବା ସହ ରାଉରକେଲା ପାଇଁ ଗର୍ବ ଆଣିଥିଲେ ।

Leave A Reply

Your email address will not be published.