ls

ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର

sb

ଲୋଇସିଂହା, (କେପିଏନ୍‌ଏସ୍‌) : ଶ୍ୱଶୁର ଘରେ ଧର୍ମପତ୍ନୀଙ୍କୁ ହତ୍ୟା କରି ନୃଶଂସ ସ୍ୱାମୀ ଫେରାର ହୋଇଥିବା ଭଳି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ । ସୂଚନା ମୁତାବକ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ, ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ବାହା ହୋଇଥିଲେ । ସେମାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର ମାରପିଟ କରିବାରୁ ଗତ ତିନି ମାସ ତଳେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ । ଗୋଟିଏ ମାସ ତଳେ ମଦ୍ୟପ ସ୍ୱାମୀ ପୁଣି ଶ୍ୱଶୁର ଘରକୁ ଆସି କସ୍ତୁରୀ ସହିତ ରହୁଥିଲେ । ତେବେ ଗତକାଲି ବିଳମ୍ୱିତ ରାତିରେ ସ୍ୱାମୀ ଗାନ୍ଧିଲାଲ, ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୁଲିସ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

pc pk
Leave A Reply

Your email address will not be published.