ଡେଲାଙ୍ଗରେ ଏନଆରଟିଏସ ପରୀକ୍ଷା ଦେଲେ ୧୪୭ ଜଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତି ପରୀକ୍ଷା (ଏନ୍‌ଆର୍‌ଟିଏସ୍‌) ସୋମବାର ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ୧୨ଟାରେ ଶେଷ ହୋଇଯାଇଛି । ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ୧୫୩ ଜଣ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଦେବାକୁ ଥିବା ବେଳେ ୧୪୭ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ବୋଲି ମଣ୍ଡଳ ଶିକ୍ଷାଧିକାରୀ ବିନୋଦ କୁମାର ପରମାଣିକ ଓ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.