centurian jitm

ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ : ସହରର ପ୍ରାଇଭେଟ୍ ସ୍କୁଲକୁ ଦେଲେ ସୋ କଜ ନୋଟିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ ) : ପ୍ରାଇଭେଟ ସ୍କୁଲରେ ନିଜେ ବହିଖାତା ବିକ୍ରୀ କରୁଥିବା ଜାଣି ଟିଟିଲାଗଡ଼ ବହି ଦୋକାନୀ ସଂଘ ପକ୍ଷରୁ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟର ମୂଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ବଣିକ ସଂଘ, ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରେ ଅଭିଯୋଗ ପତ୍ର ଦାଖଲ କରି ପ୍ରାଇଭେଟ୍ ସ୍କୁଲ କ୍ୟାମ୍ପସ ଭିତରେ କରୁଥିବା ବହି ଖାତା ବିକ୍ରିକୁ ନିଷେଧ କରାଯିବା ପାଇଁ ଦାବି କରିଥିଲେ । ଫଳ ସ୍ୱରୂପ ୧୭ ତାରିଖ ଦିନ ଟିଟିଲାଗଡ଼ ସହରର ସେଣ୍ଟଆନି ସ୍କୁଲ, ଦାଦିଯି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ, ଡି ଏ ଭି ପବ୍ଲିକ ସ୍କୁଲ ଏବଂ ଓମ ଭ୍ୟାଲି ସ୍କୁଲକୁ କେଉଁ ନିୟମ ଅନୁସାରେ ସ୍କୁଲ ଭିତରେ ବହି ଖାତା ବିକ୍ରି କରୁଛନ୍ତି ତଥା ବହି ଦୋକାନୀ ସଂଘ ପକ୍ଷରୁ କରାଯାଉଥିବା ଅଭିଯୋଗ ଉପରେ ସାତ ଦିନ ଭିତରେ ଉତ୍ତର ଦେବାକୁ ସୋ କଜ୍ ନୋଟିସ ଜାରି କରିଛି ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ । ଦୋକାନୀ ସଂଘ ଓ ଏ ନେଇ ଦୈନିକ ଖବର କାଗଜରେ ପ୍ରାଇଭେଟ ସ୍କୁଲ ନିଜେ ବହି ଖାତା ବିକ୍ରି କରିବାକୁ ବିରୋଧ ବୋଲି ଖବର ପ୍ରସାରଣ ହୋଇଥିଲା । ଫଳ ସ୍ୱରୂପ ଏହି ସୋ କଜ ନୋଟିସ ଜାରି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଶିକ୍ଷା ବିଭାଗ ପକ୍ଷରୁ ସୋ କଜ ନୋଟିସ ଜାରି କଲେ ହେବ ନାହିଁ, ଯେହେତୁ କିଛି ସ୍କୁଲ ମାନଙ୍କ ଠାରୁ ଅଭିଭାବକ ମାନେ ସ୍କୁଲରୁ ବହିଖାତା କିଣି ସାରିଛନ୍ତି ଓ ଆଉ କିଛି ସ୍କୁଲ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି , ସେ ଦିଗରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ବହି ଦୋକାନୀ ସଂଘ ପକ୍ଷରୁ ଦାବି କରାଯାଇଛି । ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ହେବା ବା ସୋ କଜ ନୋଟିସ ଜାରି କରିଥିବାରୁ ଅଧିକାରୀଙ୍କୁ ବହି ଦୋକାନୀ ସଂଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.