ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସ ସାରା ସହରରେ ସିସିଟିଭି ଲଗାଇ ଯାଂଚ ଜାରି ରଖିଛି । ସୂଚନା ଅନୁସାରେ ଗତକାଲି ୪୭ଟି ବାଇକ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଇକ୍ରେ ତିନି ଜଣ ବସିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ରେ କଥା ହେବା ମହଙ୍ଗା ପଡ଼ିଛି । ବଲାଙ୍ଗିର ଟାଉନ୍କୁ ଏବେ ଜଗିଛି ସିସିଟିଭି । ତେବେ ୪୭ଟି ବାଇକ୍ ଉପରେ ୧ ଲକ୍ଷ ୧୨ ହଜାର ଟଙ୍କା ଫାଇନ୍ କଷା ଯାଇଥିବା ସୂଚନାରେ କୁହାଯାଇଛି । ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ । କେତେବେଳେ ଆପଣଙ୍କ ଉପରେ ବି ପଡ଼ିଯାଇପାରେ ଫାଇନ୍ ।