ପିଏଚ୍‌ଡି ଛାତ୍ରଛାତ୍ରୀ ଏକ ସମୟରେ ଦୁଇଟି ଡିଗ୍ରୀ ହାସଲ କରିପାରିବେ ନାହିଁ : ୟୁଜିସିର ନୂଆ ନିୟମ

ନୂଆଦିଲ୍ଲୀ : ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଆସିଛି । ପିଏଚଡି ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ଫୁଲ୍ ଟାଇମ୍ ଡିଗ୍ରୀ ହାସଲ କରିପାରିବେ ନାହିଁ । ଛାତ୍ରଛାତ୍ରୀମାନେ ଡିପ୍ଲୋମା, ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମକୁ ଦୁଇଟି ଆକାଡେମିକ୍ ଡିଗ୍ରୀରେ ଏକ ସଙ୍ଗେ ଫିଜିକାଲ ମୋଡ଼ରେ କରିପାରିବେ । ମାତ୍ର ପିଏଚ୍‌ଡି ଏଥିରୁ ବାଦ୍ ପଡ଼ିବ । ଏନେଇ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ୟୁଜିସି ପକ୍ଷରୁ ପତ୍ର ଲେଖାଯାଇଛି ।

ୟୁଜିସି ଅଧ୍ୟକ୍ଷ ଏମ.ଜଗଦୀପ କୁମାର ଏନେଇ କହିଛନ୍ତି, ୟୁଜିସିର ନୂଆ ନିୟମ ଅନୁଯାୟୀ, ପିଏଚ୍‌ଡି କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ସଙ୍ଗେ ଦୁଇଟି ଆକାଡେମିକ୍ ଡିଗ୍ରୀ ନେବାକୁ ଅନୁମତି ମିଳିବ ନାହିଁ । ଡିପ୍ଲୋମା, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଫିଜିକାଲ, ଓପନ ବା ଡିଷ୍ଟାନ୍ସ ମୋଡ଼ରେ ଏକ ସଙ୍ଗେ କରିପାରିବେ । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ସମୟରେ ୟୁଜିସି ପକ୍ଷରୁ ନୂଆ ନିୟମ ଲାଗୁ ହୋଇଥାଏ । ନିକଟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା । ଦିବ୍ୟାଙ୍ଗ ପିଲାମାନେ ଏକାଧିକ କୋର୍ସ କରିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ୪ ବର୍ଷୀୟା ଡିଗ୍ରୀ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ପିଏଚ୍‌ଡିରେ ଆଡମିସନ କରିବା ସହ ରିସର୍ଚ୍ଚ ପେପର ବାଧ୍ୟତାମୂଳକ ହେବ ନାହିଁ ବୋଲି ୟୁଜିସି ନୂଆ ନିୟମ ଲାଗୁ କରିବାକୁ ଯାଉଛି ।

Leave A Reply

Your email address will not be published.