oum

ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ପରିବାର

jsm

ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ । ମକର ସଂକ୍ରାନ୍ତିରେ ବଡ଼ ଅଘଟଣରୁ ବର୍ତ୍ତିଲେ ପୂରା ପରିବାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମହନଳା ଗ୍ରାମର ସକଳେସୁ ଦୋରାଙ୍କ ଘରେ ରୋଷେଇ କରିବା ପାଇଁ ଗ୍ୟାସ ଲଗାଇବା ସମୟରେ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ଭୟରେ ପାଖ ପଡ଼ିଶା ଘରୁ ପରିବାରର ସମସ୍ତ ଲୋକ ଦୌଡ଼ି ପଳାଇଥିଲେ । ଗ୍ରାମବାସୀ ଗ୍ୟାସ ସିଲିଣ୍ଡରକୁ ଘରୁ ବାହାର କରିଦେଇଥିବା ବେଳେ ଘଟଣା ସ୍ଥଳରେ ଦିଗପହଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ପାଣି ମାରି ଆୟତ୍ତ କରିଛି । ତେବେ ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ।

Leave A Reply

Your email address will not be published.