om academy

ଟିଟିଲାଗଡ ନିକଟସ୍ଥ ଜଗୁଆ ମଦଭାଟି ସାମ୍ନାରେ ଥିବା ଦୋକାନ ଘରେ ଲାଗିଲା ନିଆଁ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତା ତଥା ଜଗୁଆ ମଦଭାଟି ସମ୍ମୁଖରେ ଥିବା କିଛି କୁଚିଆ ଦୋକାନ ଏବଂ ପାଖରେ ଥିବା ଗୋଟିଏ କିରାନା ଦୋକାନରେ ନିଆଁ ଲାଗି ସାମଗ୍ରୀ ପୋଡ଼ି ଯାଇଥିବା ଖବର ମିଳିଛି । ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଆସି ନିଆଁ ଲିଭାଇଥିଲେ । ଟିଟିଲାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ପ୍ରଦୀପ ମାଝୀ, ପ୍ରଦୀପ ନାଗ, ଘନଶ୍ୟାମ ମହାନନ୍ଦ, ମଣ୍ଟୁ ଛୁରାଙ୍କ ଦୋକାନରେ ନିଆଁ ଲାଗି ବହୁତ ଜିନିଷ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.