କରୋନା ଟୀକା ନେବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ସମାଜସେବୀ ନିତ୍ୟାନନ୍ଦ

ଦେଓଗାଁ, (ମନୀଷ କୁମାର ସାହୁ) : ଗ୍ରାମାଞ୍ଚଳର ଲୋକେ କରୋନା ଟୀକା ନେବାକୁ କହିଲେ ମନା କରି ଦେଉଛନ୍ତି, ଭ୍ରମରେ ପଡ଼ି ଅନେକ ଲୋକଙ୍କ ମନରେ ଖାଲି ଗୋଟିଏ କଥା ଉଠୁଛି କି ସେହି କରୋନା ଟୀକା ନେବା ପରେ ମୃତ୍ୟୁ ହେଇଯିବାର ଆଶଙ୍କା ଅଛି । ହେଲେ ଏହା ଏକ ଭୁଲ ଧାରଣ, ମଣିଷର ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ଏହି ଟୀକା ସମସ୍ତଙ୍କୁ ଜରୁରୀ ଅଟେ । ଏଣୁ ଏହି ଗୁଜବକୁ କେହି ମନରେ ନ ରଖି ସମସ୍ତେ ଟୀକା ନିଅନ୍ତୁ ଏବଂ ଏହି ମହାମାରୀ ରୋଗରୁ ମୁକ୍ତି ପାଆନ୍ତୁ , ସୁସ୍ଥ ରହନ୍ତୁ ବୋଲି ଦେଓଗାଁ ବ୍ଲକ୍ ସାଲେପାଲୀ ଗାଁର ଯୁବ ସମାଜ ସେବୀ ନିତ୍ୟାନନ୍ଦ ଷଡ଼ଙ୍ଗୀ (ନିକୁ) ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଏହା ସହ କରୋନା ଟୀକା ନେବା ପରେ ୩ମାସ ପର୍ଟ୍ୟନ୍ତ ରକ୍ତଦାନ ଦେଇ ପାରିବେ ନାହିଁ । ତେଣୁ ଆଗକୁ ରକ୍ତର ଅଭାବ ଦେଖାଯିବା ଆଶଙ୍କାରେ ସେ ଯୁବକ, ଯୁବତୀମାନଙ୍କୁ ରକ୍ତଦାନ କରି ଆଗକୁ ରକ୍ତର ଅଭାବ ଭଳି ପରିସ୍ଥିତି ନ ଆସିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.