ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ମହାନଗର ନିଗମର ପରିମଳ ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ନୀତି ଆୟୋଗ ଟିମ୍ । ନୀତି ଆୟୋଗର ସ୍ୱତନ୍ତ୍ର ସଚିବ ଡ. କେ ରାଜେଶ୍ୱର ରାୟଙ୍କ ନେତୃତ୍ୱରେ ଏହି ଟିମ୍ ବିଭିନ୍ନ ବସ୍ତି, ଏମ୍ସିସି ବୁଲି ଦେଖିଥିଲେ । ବିଏମ୍ସି କମିଶନର ସଂଜୟ ସିଂହ ଏବଂ ମ୍ୟୁନିସପାଲ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଏହି ଟିମ୍ରେ ସାମିଲ ଥିଲେ । ଟିମ୍ ୱାର୍ଡ ନଂ ୧୪ର ମା ମଙ୍ଗଳା ଆଦର୍ଶ କଲୋନୀ ଏବଂ ୧୨ ୱାର୍ଡ ନିକଟରେ ଥିବା ସୈନିକ ସ୍କୁଲ ଅଞ୍ଚଳ ବୁଲି ଦେଖିଛନ୍ତି । ବିଏମ୍ସିରେ ଥିବା ବିଭିନ୍ନ ବସ୍ତିରେ ଲାଇଟ୍, ପାଣି, ପାର୍କ ଉପରେ ମଧ୍ୟ ଅନୁଧ୍ୟନ କରିଛି ଟିମ୍ ।
ଏହା ସହ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର(ଏମ୍ସିସି) ମଧ୍ୟ ବୁଲି ଦେଖିଛନ୍ତି । କିପରି ଆବର୍ଜନାରୁ ମୋ’ ଖତ ତିଆରି ହେଉଛି ସେ ନେଇ ଅନୁଧ୍ୟାନ କରିଥିଲେ । ଏହି ପ୍ରତିନିଧି ଦଳରେ ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ବିଏମ୍ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାଏକ, ବସନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।