oom

ନୂଆଁଖାଇ ଦିନରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ନିଷ୍ଠା ଭବନ ଆନ୍ଧ୍ର କ୍ୟାମ୍ପ, ଖଣ୍ଡହଥା ଠାରେ ନିଷ୍ଠା ପରିବାର ତରଫରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏମସ୍‌ର ଅସ୍ଥିଶଲ୍ୟ ଡାକ୍ତର ସୁଜିତ ତ୍ରିପାଠୀ ଓ ବରଗଡ଼ ଡିଏସ୍‌ପି ଦୀପକ କୁମାର ଗୋଛାୟତ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଆମ ଅଞ୍ଚଳର ଗର୍ବ ଓ ଗୌରବ ଡ଼ାକ୍ତର ସୁଜିତ ତ୍ରିପାଠୀଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଁଖାଇ ଦିନରେ ରକ୍ତ ଦାନ ଶିବିର ଆୟୋଜନ କରିବା ସହ ନୂଆଁଖାଇର ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ନିଷ୍ଠା ପରିବାର ବୋଲି ଅତିଥି ମାନେ କହିବା ସହ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମ ନିଷ୍ଠା ପରିବାରର ଉପଦେଷ୍ଟା ଦୂର୍ବାଦଳ ଷଡଙ୍ଗୀ, ମନୋହର ସାହୁ, ଉତ୍ତମ ଦାସ, ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମଦନ ମୋହନ ଦାସ, କ୍ଷିରୋଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.