oom

ପରବାସୀ ସମାଜସେବା ସମ୍ମାନ ୨୦୨୧ରେ ସମ୍ମାନିତ ହେଲା ନିଷ୍ଠା ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ ‘ପରବାସୀ କୁଟୁମ୍’ ବିଜେପୁର ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ରୋଗୀ ସେବା, ଅସହାୟ ବ୍ୟକ୍ତି ବିଶେଷଙ୍କ ସେବା, କୋଭିଡ ରୋଗୀଙ୍କର ଶବ ସତ୍କାର, ଅସହାୟଙ୍କ ଥଇଥାନ ଆଦି ସେବା ପାଇଁ ‘ପରବାସି ସମାଜ ସେବା ସମ୍ମାନ – ୨୦୨୧’ରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ପଶ୍ଚିମ ଓଡିଶାର ଲୋକ କବିରତ୍ନ ହଲଧର ନାଗ, ସମ୍ମାନିତ ଅତିଥି ଡା. ରାମକୃଷ୍ଣ ପୁରୋହିତ ତଥା ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ଯୋଗଦାନ କରିଥିଲେ । ଏହି ସମ୍ମାନିତ ଅବସରରେ ନିଷ୍ଠା ପରିବାର ତରଫରୁ ସଂପାଦକ ଅଶ୍ୱିନୀ ତ୍ରିପାଠୀ, ଉପଦେଷ୍ଟା ଉତ୍ତମ ଦାଶ, ବିଦ୍ୟାଧର ଭୋଇ, ହେମାଂଚଲ ସାହୁ ଏବଂ ରାତ୍ର ପ୍ରଧାନ ଯୋଗଦାନ କରିଥିଲେ । ନିଷ୍ଠା ପରିବାରକୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରିଥିବାରୁ ପରବାସୀ କୁଟୁମର ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅନେକ ଅନେକ କୃତଜ୍ଞତା ତଥା ଧନ୍ୟବାଦ ଜ୍ଞାପନ କରିଛି ନିଷ୍ଠା ପରିବାର । ଏହି ‘ପରବାସି ସମାଜ ସେବା ସମ୍ମାନ – ୨୦୨୧’ ନିଶ୍ଚିତ ଭାବରେ ଆମ ନିଷ୍ଠା ପରିବାର ପାଇଁ ଶକ୍ତି ତଥା ପ୍ରେରଣାର ଉତ୍ସ ହେବ ବୋଲି ସଦସ୍ୟ ମାନେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.