oom

ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ମାଲିପାଲି, ଫୁଟବଲ ପଡିଆ, ବରଗଡ କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ବରଗଡର ବିଶିଷ୍ଟ ସମାଜସେବୀ ଡାକ୍ତର ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଓ ଡାକ୍ତର ସୁସ୍ମିତା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ । ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କରୋନା ଟୀକା ନେବା ପୁର୍ବରୁ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ସଚେତନ କରିଥିଲା ଟିମ୍ ନିଷ୍ଠା । ଏହି ଶିବିରକୁ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସଦସ୍ୟ ଆଦିତ୍ୟ ସାହୁ, ଗିରି ପ୍ରଧାନ, ନରୋତ୍ତମ ଭୋଇ, ବିଜୟ ପ୍ରଧାନ, ପଦ୍ମଲୋଚନ ମଲ୍ଲିକ, ଚିତ୍ରସେନ ପ୍ରଧାନ, ସଂଜୀବ ସାହୁ, ଭଜମନ ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ସମସ୍ତ ରକ୍ତ ଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଦିଆଯାଇଥିବା ବେଳେ ଦୀର୍ଘ ଦଶ ବର୍ଷ ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ।

jittmm
Leave A Reply

Your email address will not be published.