ବସ୍ତା ଭିତରେ ମହୁଲି ମଦ : ନିଶା ବେପାରୀ ଗିରଫ

ଭଦ୍ରକ : ବସ୍ତା ଭିତରେ ମହୁଲି ମଦ । ଗୋଟିଏ କି ୨ଟି ବସ୍ତା ନୁହେଁ, ଏଭଳି ଘରୁ ଭିତରୁ ୨୭ ବସ୍ତା ମହୁଲି ମଦ ବାହାରିଛି। ଏହି ମହୁଲି ମଦର ପରିମାଣ ପ୍ରାୟ ୧୩୫୦ ଲିଟରରୁ ଅଧିକ ହେବ । ଏ ସଂପର୍କରେ ଜିଲ୍ଲା ଅବକାରୀ ଖବର ପାଇବା ପରେ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହ ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା ଆଗରପଡା ବଜ଼ାର ନିକଟରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଘର ଭିତରୁ ୨୭ଟି ବସ୍ତା ମିଳିଥିଲା । ବସ୍ତାରେ ୧୩୫୦ ଲିଟର ଦେଶୀ ମହୁଲି ଜବତ କରିଛି । ଅଭିଯୁକ୍ତ ହେଉଛନ୍ତି ଆଗରପଡା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନବକିଶୋର ବେହେରା । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.