
ନୂଆଦିଲ୍ଲୀ, (ପିଆଇବି) : ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି । ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ । ଏହି ଟେକ୍ନୋଲୋଜି ବିକଶିତ ହେବା ସହିତ ଏଆଇ ଅବତାରଗୁଡିକ ମାର୍କେଟିଂ, ବିଷୟବସ୍ତୁ ସୃଷ୍ଟି ଏବଂ ମନୋରଞ୍ଜନରେ ଶକ୍ତିଶାଳୀ ଉପକରଣ ପାଲଟିଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି । ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି । ଏହି ଚ୍ୟାଲେଞ୍ଜ ହେଉଛି କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ରେ ଏକ ଅଂଶ ଏବଂ ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ସ୍ତମ୍ଭ ୨ ଅଧୀନରେ ଆସୁଛି, ଯାହା ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ, ଅଗମେଣ୍ଟେଡ୍ ରିଆଲିଟି, ଭର୍ଚୁଆଲ ରିଆଲିଟି ଏବଂ ମେଟାଭର୍ସ (ଏଭିଜିସି-ଏକ୍ସଆର) ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରତି ସମର୍ପିତ । ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଓ ଜିଓ ୱାର୍ଲଡ ଗାର୍ଡେନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ସଫଳତାର ନୂଆ ସ୍ତରକୁ ନେବା ଲକ୍ଷ୍ୟରେ ୱେଭ୍ସ ହେଉଛି ଏକ ଅଗ୍ରଣୀ ପ୍ଲାଟଫର୍ମ । ୱେଭ୍ସର ଚାରିଟି ମୁଖ୍ୟ ସ୍ତମ୍ଭ ଅଛି : ପ୍ରସାରଣ ଏବଂ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର (ଆନିମେସନ୍, ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ ଏବଂ ବିସ୍ତାରିତ ରିଆଲିଟି), ଡିଜିଟାଲ ମିଡିଆ ତଥା ଇନୋଭେସନ ଏବଂ ଚଳଚ୍ଚିତ୍ର । ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ ଏଭିଜିସି-ଏକ୍ସଆର ସ୍ତମ୍ଭ ସହିତ ସଂଯୁକ୍ତ ହୋଇଛି । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯଥା ଅଗମେଣ୍ଟେଡ୍ ରିଆଲିଟି, ଭର୍ଚୁଆଲ ରିଆଲିଟି ଏବଂ ମେଟାଭର୍ସ ରହିଛି ।
ନିୟମାବଳୀ
ଅଂଶଗ୍ରହଣକାରୀଙ୍କ ବୟସ ଅତି କମରେ ୧୮ ବର୍ଷ ହେବା ଆବଶ୍ୟକ । ବୟସ ଯାଞ୍ଚ ପାଇଁ ସେମାନଙ୍କୁ ଏକ ବୈଧ ପରିଚୟପତ୍ର ଉପସ୍ଥାପନ କରିବାକୁ ପଡ଼ିବ । ଏହି ପ୍ରତିଯୋଗିତା ସାରା ବିଶ୍ୱର ନିର୍ମାତାଙ୍କ ପାଇଁ ଖୋଲା ରହିଛି । ଆପଣ ଏକାଧିକ ଏଆଇ ଅବତାର ଦାଖଲ କରିପାରିବେ, ଯଦି ପ୍ରତ୍ୟେକ ଏଣ୍ଟ୍ରି ୟୁନିକ୍ ନାମ ଏବଂ ପ୍ରୋଫାଇଲ୍ ସହିତ ସଂପୂର୍ଣ୍ଣ ଭାବେ ଏଆଇ ଜେନେରେଟେଡ୍ ହୋଇଥିବ । ଆପଣ ନିଶ୍ଚିତ କରିବା ଆବଶ୍ୟକ ଯେ ଏହି ଏଆଇ ଅବତାର ଆପଣଙ୍କମୂଳ ସୃଷ୍ଟି ଅଟେ । ଏହା କାହାର ଅଧିକାର କିମ୍ବା ଏଆଇ ମଡେଲର ଅଧିକାରକୁ ଉଲ୍ଲଂଘନ କରେ ନାହିଁ । ବିନା ଅନୁମତିରେ ଅନ୍ୟର କାମ କିମ୍ବା ପରିଚୟ ନକଲ କରୁଥିବା କୌଣସି ଆବେଦନ ଅଯୋଗ୍ୟ ଘୋଷଣା କରାଯିବ ।
ପଂଜୀକରଣ ପ୍ରଦ୍ଧତି
ପ୍ରତିଯୋଗୀମାନଙ୍କୁ ବିଶେଷ କରି ଅବତାର ମେଟା ଲ୍ୟାବ୍ ୱେବସାଇଟ୍ ମାଧ୍ୟମରେ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ କରିବାକୁ ହେବ । ସାଇଟ୍ରେ ଥିବା “ପଞ୍ଜିକରଣ ଇଣ୍ଟରେଷ୍ଟ” ବଟନ୍ କୁ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ନାମ, ସମ୍ପର୍କ ସୂଚନା, ଏଆଇ ଅବତାର ଧାରଣା ଏବଂ ଉଦ୍ଦେଶ୍ୟ, ଏବଂ ଅବସ୍ଥାନ ସହିତ ଆପଣଙ୍କ ବିବରଣୀ ପୂରଣ କରନ୍ତୁ । ଆବେଦନ କରିବା ପୂର୍ବରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିୟମ ଏବଂ ସର୍ତ୍ତାବଳୀକୁ ଭଲଭାବେ ବୁଝନ୍ତୁ । ଚ୍ୟାଲେଞ୍ଜପାଇଁ ଚୂଡ଼ାନ୍ତ ଦାଖଲ ତାରିଖ ୨୮ ଫେବୃଆରୀ ୨୦୨୫ ରହିଛି ।
ମୂଲ୍ୟାଙ୍କନ ମାନଦଣ୍ଡ
ଏକ ବିଶେଷଜ୍ଞ ପ୍ୟାନେଲ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜର ମୂଲ୍ୟାଙ୍କନ କରିବ, ମୁଖ୍ୟ ମାନଦଣ୍ଡ ଆଧାରରେ ପ୍ରତ୍ୟେକ ଏଣ୍ଟ୍ରିର ମୂଲ୍ୟାଙ୍କନ କରାଯିବ । ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଦେଶ୍ୟ ଭଳି ତିନୋଟି ମୁଖ୍ୟ କ୍ଷେତ୍ର ଉପରେ ଏହି ନିଷ୍ପତ୍ତି ଗୁରୁତ୍ୱ ଦେବ ।
ପୁରସ୍କାର
ଦାଖଲ ହୋଇଥିବା ଆବେଦନଗୁଡ଼ିକ ମଧ୍ୟରୁ ଚୂଡ଼ାନ୍ତ ଶ୍ରେଷ୍ଠ ୧୦କୁ ଚୟନ କରାଯିବ । ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ୱେଭ୍ସ ୨୦୨୫ ସମ୍ମିଳନୀରେ ସେମାନଙ୍କ କାର୍ଯ୍ୟ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରାଯିବ, ଯେଉଁଠାରେ ସେମାନେ ଶିଳ୍ପ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିପାରିବେ । ବିଜେତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ୧୦ ଜଣ ଏଣ୍ଟ୍ରିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ । ବିଜେତା କିମ୍ବା ଉପବିଜେତା ଘୋଷଣା ହେବା ପରେ, ଅଂଶଗ୍ରହଣକାରୀମାନେ ଗଣମାଧ୍ୟମ / ଜନସଂପର୍କ, ପେଡ୍ ବିଜ୍ଞାପନ, ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମ ସମେତ ମାର୍କେଟିଂ ସାମଗ୍ରୀରେ ସେମାନଙ୍କର ଏଆଇ ଅବତାର ଏବଂ ଆନୁସଙ୍ଗିକ ସୋସିଆଲ ମିଡିଆ ଚ୍ୟାନେଲଗୁଡିକର ଫଟୋଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟବହାର କରିବାକୁ ଅନୁମତି ଦେବାକୁ ରାଜି ହେବେ ।